ମାଓବାଦୀ ସଂଗଠନକୁ ଶକ୍ତ ଝଟକା,ଆତ୍ମସମର୍ପଣ କଲେ ଟପ୍ ମାଓନେତା ଦେବଜୀ ଏବଂ ରାଜିରେଡ଼ି
ଭାରତୀୟ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିର ଦୁଇ ବଡ଼ ମାଓ ନେତା ଦେବଜୀ ଏବଂ ମଲ୍ଲା ରାଜିରେଡ଼ି ତେଲେଙ୍ଗାନା ପୁଲିସ ଏସଆଇବି ନିକଟରେ ଆତ୍ମସମର୍ପଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଦେଶର ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ମୁକ୍ତ ଅଭିଯାନ ପୂର୍ବ ନିର୍ଦ୍ଧାରିତ ସମୟସୀମା ମାର୍ଚ୍ଚ ୨୦୨୬ ପୂର୍ବରୁ ପ୍ରତିବନ୍ଧିତ ଭାରତୀୟ ମାଓବାଦୀ ସଂଗଠନକୁ ଶକ୍ତ ଝଟକା ଲାଗିଛି।

କେନ୍ଦ୍ରୀୟ ନକ୍ସଲ ସଂଗଠନର ସାଧାରଣ ସମ୍ପାଦକ ଦେବଜୀ ଓରଫ ଟିପରି ତିରୁପତି , କେନ୍ଦ୍ରୀୟ କମିଟି ସଦସ୍ୟ ମଲ୍ଲା ରାଜିରେଡ଼ି ଏବଂ ସଂଗ୍ରାମଙ୍କ ଅନ୍ୟ ୧୩ ଜଣ ହାର୍ଡକୋର ନକ୍ସଲ ସମେତ ମୋଟ ୧୬ ଜଣ ମାଓବାଦୀ ତେଲେଙ୍ଗାନା ପୁଲିସ ନିକଟରେ ଆତ୍ମସମର୍ପଣ କରିବାର ସୂଚନା ମିଳିଛି।












Click it and Unblock the Notifications