Get Updates
Get notified of breaking news, exclusive insights, and must-see stories!

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ,, ୬.୨ ତୀବ୍ରତା ରେକର୍ଡ

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ । ବିଳମ୍ପିତ ରାତିରେ ଲାଗିଛି ଭୂକମ୍ପର ଝଟକା । ରାତି ୧୨ଟା ୧୨ ମିନିଟରେ ଭୂମିକମ୍ପରେ ଥରିଛି ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିବା ବେଳେ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ଅନୁଯାୟୀ ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଛି ।

ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ଖବର ମିଳିନି । ସୁନାମୀର ମଧ୍ୟ କୌଣସି ଆଶଙ୍କା ନାହିଁ । ଆଣ୍ଡାମାନ ସାଗର ଭୂକମ୍ପ ଦୃଷ୍ଟିରୁ ଏକ ସକ୍ରିୟ ଅଞ୍ଚଳ ତେଣୁ ଏଠାରେ ଭୂମିକମ୍ପ ଅତି ସାଧାରଣ କଥା । ତେବେ ଜୁଲାଇ ୧୦ରେ ଭୂକମ୍ପରେ ଦୋହଲିଥିଲା ଦିଲ୍ଲୀ । ଦିଲ୍ଲୀକୁ ଲାଗିଥିଲା ଭୂକମ୍ପର ଝଟକା । ସକାଳୁ ସକାଳୁ ଥରିଥିଲା ଭାରତର ରାଜଧାନୀ ।

earthquqe

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ଥିବାବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଝାଜର ରହିଥିଲା ।ତେବେ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଥିଲା ଏହି ଭୂକମ୍ପର ଝଟରା । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଥିଲା ଦିଲ୍ଲୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+