ତେଲ, ଗ୍ୟାସ୍ କଳାବଜାରୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ , ସବୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି ନିର୍ଦ୍ଦେଶ
ତେଲ, ଗ୍ୟାସ୍ କଳାବଜାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ପେଟ୍ରୋଲିୟମ ମନ୍ତ୍ରାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି । କଳାବଜାରୀ କିମ୍ବା ବେଆଇନ୍ ଭାବେ ଗଚ୍ଛିତ ରଖିଲେ କଡ଼ା ଆକ୍ସନ ହେବ।
କଡ଼ା ଆକ୍ସନ ନେବାକୁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶରେ ଆକ୍ସନ ହୋଇଛି। ଏବେ ଦୈନିକ ୭୫ ଲକ୍ଷ ଗ୍ୟାସ୍ ବୁକିଂ ହେଉଛି, ପୂର୍ବରୁ ୫୦ ଲକ୍ଷ ହେଉଥିଲା। ଆତଙ୍କିତ ହୋଇ ଆଦୌ ଗ୍ୟାସ୍ ବୁକିଂ କରନ୍ତୁ ନାହିଁ। ଦେଶରେ ତେଲ ଓ ଗ୍ୟାସ୍ର କୌଣସି ଅଭାବ ନାହିଁ। କୌଣସି ଗୁଜବ ଉପରେ ଆଦୌ ବିଶ୍ବାସ କରନ୍ତୁ ନାହିଁ ।ବିଶୋଧନାଗାରଗୁଡ଼ିକରେ ଅଶୋଧିତ ତୈଳର ପର୍ଯ୍ୟାପ୍ତ ପରିମାଣ ରହିଛି ।













Click it and Unblock the Notifications