ୟୁକ୍ରେନ ଗସ୍ତ ପରେ ପୁଟିନଙ୍କୁ ଫୋନ କଲେ ମୋଦୀ, କହିଲେ ...
ନୂଆଦିଲ୍ଲୀ: ୟୁକ୍ରେନ ଗସ୍ତରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦେଶରେ ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନ ଯୋଗେ କଥା ହେଉଛନ୍ତି । ମଙ୍ଗଳବାର ପିଏମ୍ ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି । ଏହି ସମୟରେ ରୁଷିଆ ଓ ୟୁକ୍ରେନ ଯୁଦ୍ଧକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।
ଏହି କଥାବାର୍ତ୍ତା ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। ନିକଟରେ ୟୁକ୍ରେନ ଗସ୍ତ ସମୟରେ ମିଳିଥିବା ଅନୁଭୂତିକୁ ସେ ରୁଷରାଷ୍ଟ୍ରପତିଙ୍କ ସହ ବାଣ୍ଟିଥିଲେ ଏବଂ ୟୁକ୍ରେନ ସହ ବିବାଦର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି କଥାର ସୂଚନା ପିଏମ ମୋଦୀ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରିଛନ୍ତି।
ସେ ଏକ୍ସରେ ଲେଖିଛନ୍ତି ଯେ, ବିଶେଷ ଏବଂ ବିଶେଷାଧିକାର ପ୍ରାପ୍ତ ରଣନୈତିକ ବୁଝାମଣାକୁ ଆହୁରି ଦୃଢ କରିବାର ଉପାୟକୁ ନେଇ ଆଲୋଚନା କରିଛୁ। ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ବିଚାରକୁ ଆଦାନ-ପ୍ରଦାନ କରିଛୁ। ଯୁଦ୍ଧର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ସମର୍ଥନ କାରିବା ପାଇଁ ଭାରତର ଦୃଢ ପ୍ରତିବଦ୍ଧତାକୁ ଦୋହରାଇଛି।

କିଛି ମାସ ପୂର୍ବେ ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆଲିଙ୍ଗନ କରି ୟୁକ୍ରେନ୍ବାସୀଙ୍କୁ ନିରାଶ କରି ଦେଇ ଥିଲେ। ଜେଲେନସ୍କି ପ୍ରଧାନମନ୍ତ୍ରୀ ମୋଦି ଓ ପୁଟିନଙ୍କ ସାକ୍ଷାତ୍କୁ ଭୁଲ୍ ବାର୍ତ୍ତା ଦେଇ ଥିଲେ। ଏହାପରେ ପିଏମ୍ ମୋଦି ଗତ ଶୁକ୍ରବାର କିଭ୍ ଗସ୍ତ କରି ଥିଲେ। ୟୁକ୍ରେନ୍ ଗସ୍ତରେ ମୋଦି ଯୁଦ୍ଧ ଭୂମିକୁ ମଧ୍ୟ ଗସ୍ତ କରି ଥିଲେ। ମୋଦି ରାଷ୍ଟ୍ରପତି ଜେଲେନସ୍କିଙ୍କୁ କହିଥିଲେ, ଯୁଦ୍ଧ ମୈଦାନରେ କୌଣସି ବି ସମସ୍ୟାର ସମାଧାନ ବାହାରି ପାରିବ ନାହିଁ।












Click it and Unblock the Notifications