ମହାରାଷ୍ଟ୍ରରେ ଅଜବ ସ୍ଥିତି; ବିଜେପି-କଂଗ୍ରେସ କୋଳାକୋଳି
ସାରା ଦେଶରେ ଏବେ କଂଗ୍ରେସ ଓ ବିଜେପି ମଧ୍ୟରେ ସାପ-ନେଉଳର ସମ୍ପର୍କ ରହିଛି । ହେଲେ ମହାରାଷ୍ଟ୍ର ନଗର ନିଗମ ନିର୍ବାଚନରେ ଏକ ଆସନରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ଆସନରେ କଂଗ୍ରେସ, ବିଜେପି ଓ ଏଆଇଏମଆଇଏମ୍ ମେଣ୍ଟରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି ଏ ସ୍ଥିତି ? କାହାକୁ ହରାଇବାକୁ ଏଭଳି ଅଘୋଷିତ ମେଣ୍ଟ ଓ ଏହି ମେଣ୍ଟକୁ ନେଇ ବିଜେପି ଓ କଂଗ୍ରେସ ନେତାଙ୍କ କ'ଣ ରହିଛି ପ୍ରତିକ୍ରିୟା ?

ମହାରାଷ୍ଟ୍ରରେ ହେବାକୁ ଯାଉଛି ନଗର ନିଗମ ନିର୍ବାଚନ । ଏହାକୁ ନେଇ ସାରା ରାଜ୍ୟରେ ରାଜନୀତି ବେଶ ସରଗରମ ରହିଛି । ଏହାରି ଭିତରେ ଏକ ରୋଚକ ଖବର ଆସିଛି । ଯାହା ସାରା ଦେଶର ରାଜନୀତି ଉପରେ ରୋଚି ରଖୁ୍ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ମହାରାଷ୍ଟ୍ରର ଅମ୍ବରନାଥ ନଗର ପରିଷଦରେ ବିଜେପି, କଂଗ୍ରେସ ଓ ଏଆଇଏମଆଇଏମ୍ ମିଳିତ ଭାବେ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲେ । ଏଭଳି ଘୋଷଣାକୁ ନେଇ କଂଗ୍ରେସ ନେତୃତ୍ୱ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅମ୍ବର ନଗର ପରିଷଦର ସମସ୍ତ ସଂଗଠନାତ୍ମକ କମିଟି ଉପରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛି ।
ମହାରାଷ୍ଟ୍ର କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଦର୍ଷବର୍ଦ୍ଧନ ସପକାଟ୍ଟଙ୍କ ନିର୍ଦ୍ଦେଶରେ ଏଠାରେ ପାର୍ଟିର କମିଟିକୁ ନିଲମ୍ବନ କରାଯାଇଛି । ଅମ୍ବରନାଥ ନଗର ପରିଷଦର ସମସ୍ତ ନିର୍ବାଚିତ ପାର୍ଷଦମାନଙ୍କୁ ଦଳ ତରଫରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି ।












Click it and Unblock the Notifications