Get Updates
Get notified of breaking news, exclusive insights, and must-see stories!

Tamilnadu Michaung Cyclone News: ବାତ୍ୟା 'ମିଗଜୋମ' ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା, ସ୍କୁଲ କଲେଜ୍ ବନ୍ଦ

Tamilnadu Michaung Cyclone News: ଗୋଟିଏ ପଟେ ଉତ୍ତର-ପୂର୍ବ ମୌସୁମୀ ଏବଂ ଏହା ଉପରେ ସାଇକ୍ଲୋଥନ୍ 'ମିଗଜୋମ୍' ପ୍ରଭାବ, ଏହି ଦୁଇଟି କାରଣରୁ ତାମିଲନାଡୁ ବର୍ତ୍ତମାନ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେଉଁଠି ଘରେ ଭିତରେ ପାଣି ପଶିଲାଣି ତ କେତକ ସ୍ଥାନରେ ରାସ୍ତା ଉପରେ ପାଣିର ଲହଡି ମାରୁଛି । ଭାରତୀୟ ପାଣିପାଗ ବିଭାଗ ଆଜି ଏଠାରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ନେଇ ସତର୍କ ସୂଚନା ଜାରି କରିଛି ।

ଆଜି ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍, ରାନିପେଟ୍ଟାଇ, ତିରୁବନନାମଲାଇ, ଭିଲୁପୁରମ୍, କୁଡାଲୋର, ମାୟିଲାଡୁଥୁରାଇ, ଥାନଜାଭୁର, ଆରିୟାଲୁର, ପେରମ୍ବାଲୁର, କାଲାକୁରିଚି, ଭେଲୋର, ତିରୁପୁଟୁରୀ, ଧର୍ମପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମସ୍ତ ସ୍ଥାନରେ ଆବଶ୍ୟକତା ନଥିଲେ ଘରୁ ନ ବାହାରିବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦିଯାଛଇି । ସେହିପରି ବର୍ଷା ପାଇଁ ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି । ଉପକୂଳବର୍ତ୍ତୀ ଅଞ୍ଚଳରେ NDRF ଦଳ ନିୟୋଜିତ ଅଛନ୍ତି ।

Tamilnadu Michaung Cyclone

ବର୍ତ୍ତମାନ ରାଜ୍ୟରେ 15ଟି NDRF ଦଳ ନିୟୋଜିତ ଅଛନ୍ତି। ଏହି ବାତ୍ୟା ପଡୋଶୀ ରାଜ୍ୟ ଉପରେ ମଧ୍ୟ ପ୍ରଭାବ ପକାଇବ। ତେଣୁ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି, ତେଣୁ ପଡୋଶୀ ରାଜ୍ୟ ଗୁଡିକରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ପ୍ରବଳ ବର୍ଷା ଯୋଗ ଚେନ୍ନାଇର ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବା ଯୋଗୁଁ ରାସ୍ତାରେ ଉଚପରେ ଅଟକି ରହିଛି ଗାଡ଼ି ମଟର । କିଛି କିଛି ସ୍ଥାନରେ ବଡ଼ ବଡ଼ ଗାଡ଼ି ସହ କାର, ଅଟୋ ମଧ୍ୟ ବୁଡିଯାଉଥିବାରେ ଦେଖିବା ପାଇଁ ମିଳୁଛି । ବର୍ଷା ପବନ ଯୋଗୁଁ ରାସ୍ତାରେ ବଡ ବଡ଼ ଗଛ ଭାଙ୍ଗି ମଧ୍ୟ ପଡିଥିବାରେ ଦେଖିବା ପାଇଁ ମିଳୁଛି । ତେବେ ରାସ୍ତା ଉପରୁ ଗଛ କାଢିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି ।

ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ଉପକୂଳରୁ ବଙ୍ଗୋପସାଗରରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଏବଂ ଏହା ଉପକୂଳକୁ ଆସିବା ବେଳକୁ ପ୍ରବଳ ବର୍ଷା ଓ ପ୍ରବଳ ପବନ ହେବ ଏବଂ ଡିସେମ୍ବର 5 ରେ ଏହା ନେଲୋର ପାର ହେବ। ଏହି ସମୟ ମଧ୍ୟରେ, ଘୂର୍ଣ୍ଣିବଳୟର ସର୍ବାଧିକ ବେଗ ଘଣ୍ଟା ପ୍ରତି 90-100 କିଲୋମିଟରରୁ 110 କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ।

ଅନ୍ୟପକ୍ଷରେ 4 ତାରିଖ ରୁ 5 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ 5 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଗଭୀର ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ 6 ତାରିଖ ପର୍ଯ୍ୟନ୍ତ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଓଡ଼ିଶା ଉପକୂଳ ଅଞ୍ଚଳକୁ ସତର୍କତା ଜାରି ହୋଇଛି ।

ସେହିପରି ବାତ୍ୟା ପ୍ରଭାବରେ ଓଡ଼ିଶାରେ ଆଜିଠୁ ବର୍ଷା ହେବ । କିଛି ଜିଲ୍ଲାରେ ହାଲୁକା ଏବଂ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଜି ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+