ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ମିଲ୍‌ଟନ, ୬ ମୃତ

ବାତ୍ୟା ମିଲ୍‌ଟନ ବୁଧବାର ଆମେରିକାର ଫ୍ଲୋରିଡା ରାଜ୍ୟର ପଶ୍ଚିମ ଉପକୂଳବର୍ତ୍ତୀ ସହର ସିଏଷ୍ଟା କି'ରେ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ତୀବ୍ରତା ୧୫୫ ମାଇଲ ପ୍ରତି ଘଣ୍ଟା ଥିବା ନେଇ ଆମେରିକାର ଜାତୀୟ ପାଣିପାଗ ସୂଚନା ଦେଇଛି।

Milton

ଟାମ୍ପା, ସର୍‌ସୋଟା, ଫୋର୍ଟ ମାୟର୍ସ ଆଦି ଫ୍ଲୋରିଡାର ବହୁ ଜନବହୁଳ ଅଞ୍ଚଳ ଏହି ବାତ୍ୟାରେ ସର୍ବାଧିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେଇ ଆମେରିକାର ଜାତୀୟ ବାତ୍ୟା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟାର ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତକ ଫ୍ଲୋରିଡାର ହୋଇଥିବା ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରାୟ ୧.୧ କୋଟି ଲୋକ ବନ୍ୟା ବିପଦ ମଧ୍ୟରେ ରହିଛନ୍ତି।

ବାତ୍ୟାରେ ବହୁ ବିଜୁଳି ଖୁଣ୍ଟି ଉପୁଡ଼ି ପଡ଼ିଥିବାରୁ ଫ୍ଲୋରିଡାର ୩୩ ଲକ୍ଷରୁ ଅଧିକ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି। ବାତ୍ୟା ମିଲ୍‌ଟନ ନେଇ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହ ପ୍ରଭାବିତ ଅଞ୍ଚଳରେ ହଜାରରୁ ଅଧିକ କୋଷ୍ଟ ଗାର୍ଡଙ୍କ ସମେତ ଅନେକ ହଜାର ସଂଖ୍ୟାରେ ରେସ୍କ୍ୟୁ ଟିମ୍‌କୁ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜନ କରିଛନ୍ତି। ବାତ୍ୟା ମିଲ୍‌ଟନ ପ୍ରଭାବରେ ଫ୍ଲୋରିଡା, ନର୍ଥ କାରୋଲିନା, ଟେନେସି ରାଜ୍ୟର କେତେକ ସ୍ଥାନରେ ଇଣ୍ଟରନେଟ ସେବା ବ୍ୟାହତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+