ପ୍ରୀୟଙ୍କାଙ୍କ ପାଲେଷ୍ଟାଇନ ବ୍ୟାଗକୁ ନେଇ ପାକିସ୍ତାନ ମନ୍ତ୍ରୀଙ୍କ ବୟାନ, କହିଲେ ଆମର ଏଠି....
ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ "ପାଲେଷ୍ଟାଇନ" ବ୍ୟାଗ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ୍ ହୁସେନ। ପ୍ରିୟଙ୍କା "ପାଲେଷ୍ଟାଇନ" ଲେଖାଥିବା ଏକ ବ୍ୟାଗ୍ ଧରି ଗତକାଲି ସଂସଦକୁ ଯାଇଥିବା ବେଳେ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଫୱାଦ ହୁସେନ୍ ତାହାକୁ ନେଇ ପ୍ରିୟଙ୍କାଙ୍କ ପ୍ରଶଂସାରେ କହିଛନ୍ତି, ''ଜବାହରଲାଲ ନେହେରୁଙ୍କ ପରି ଜଣେ ସ୍ୱାଧୀନ ସ୍ୱାଧୀନତା ସଂଗ୍ରାମୀଙ୍କ ନାତୁଣୀଙ୍କଠାରୁ ଆମେ ଆଉ ଅଧିକ କ'ଣ ବା ଆଶା କରିବା?
ସେ ପ୍ରିୟଙ୍କାଙ୍କ ସାହସିକତାକୁ ପ୍ରଶଂସା କରିବା ସହିତ ଫୱାଦ ହୁସେନ୍ ତାଙ୍କ ପୋଷ୍ଟରେ ପାକିସ୍ତାନର ସାଂସଦମାନେ ଏପରି ସାହସ ପ୍ରଦର୍ଶନ ନକରିବାରୁ ନିନ୍ଦା କରିଛନ୍ତି। ସେ କହିଛନ୍ତି କି ପୂର୍ବରୁ କୌଣସି ପାକିସ୍ତାନୀ ସାଂସଦ ବି ଏଭଳି ସାହସିକତା ପ୍ରଦର୍ଶନ କରିନାହାନ୍ତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ଅନ୍ୟ କେଉଁଆଡେ ନୁହେଁ ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କା ଗାନ୍ଧୀଙ୍କ ଏହି ପାଲେଷ୍ଟାଇନ ବ୍ୟାଗକୁ ନେଇ ଏକ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି।

ବିଜେପି ପ୍ରିୟଙ୍କା ଗାନ୍ଧୀଙ୍କୁ ଆକ୍ଷେପ କରିଛି। କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବଘେଲ କହିଛନ୍ତି ଯେ ପ୍ରିୟଙ୍କା ମୁସଲିମ ଭୋଟରଙ୍କ ପାଇଁ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିଥିଲେ।












Click it and Unblock the Notifications