ଜାମା ମସଜିଦରେ ସର୍ଭେ ବେଳେ ପୋଲିସ ଉପରକୁ ପଥର ମାଡ
ସର୍ଭେ ବେଳେ ହେଲା ଜୋରଦାର ହଙ୍ଗାମା। ପୁଲିସ ଉପରକୁ ହେଲା ପଥର ମାଡ଼। ଉତ୍ତରପ୍ରଦେଶର ସମ୍ଭଲରେ ଜାମା ମସଜିଦରେ ହେଉଥିବା ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ସର୍ଭେ କରିବାକୁ ଯାଇଥିବା ପୁଲିସ ଟିମ୍ ଉପରକୁ ଲୋକେ ପଥର ମାଡ଼ କରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ଭଲରେ ଥିବା ଜାମା ମସଜିଦର ଦ୍ୱିତୀୟ ଥର ସର୍ଭେ କରିବା ପାଇଁ ଆଜି ସକାଳ ୬ଟାରେ ସର୍ଭେ ଟିମ୍ ପହଞ୍ଚିଥିଲା। ଡିଏମ-ଏସପି ବ୍ୟତୀତ SDM-CO ଏବଂ PAC-RRF ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା। ତେବେ ଏହାକୁ ବିରୋଧ କରି ମସଜିଦ ବାହାରେ ହଠାତ୍ ପୋଲିସ୍ ଟିମ୍ ଉପରକୁ ଲୋକେ ରାଗି ଯାଇ ପଥରମାଡ଼ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। କିଛି ଲୋକଙ୍କ ଉପରେ ଲାଟିଚାର୍ଜ ମଧ୍ୟ କରିଛି ପୁଲିସ।
ସୂଚନା ମୁତାବକ, ସକାଳ ସାଢ଼େ ୭ଟା ବେଳେ ସର୍ଭେ ଟିମ୍ ଜାମା ମସଜିଦ ଭିତରେ ପ୍ରବେଶ କରିଥିଲା। ତେବେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ପରିସ୍ଥିତି ସ୍ୱାଭାବିକ ଥିଲା। କିନ୍ତୁ ଦେଖୁ ଦେଖୁ ମସଜିଦ ବାହାରେ ହାଠାତ ଭିଡ ଜମାଇଥିଲା ଓ ସର୍ଭେକୁ ବିରୋଧ କରିଥିଲେ। ପରେ ସେମାନେ ପୁଲିସ ଉପରକୁ ମାଡି ଆସିଥିଲେ। ପୁଲିସ ଓ ଜନତା ମଧ୍ୟରେ ଯୁକ୍ତତର୍କ ହୋଇଥିଲା। ଏହାପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।












Click it and Unblock the Notifications