ପଥର ଖଣିରେ ଭୂସ୍ଖଳନ, ୧୦ ମୃତ
Stone quarry collapses in Mizoram: ମିଜୋରାମର ଆଇଜୋଲ୍ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପଥର ଖଣିରେ ହେଲା ଭୂସ୍ଖଳନ । ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ଏବେ ମଧ୍ୟ ଅନେକ ଲୋକ ମାଟିତଳେ ଫସି ରହିଥିବା ନେଇ ଦାବି କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଘଟଣାସ୍ଥଳରେ ପୋଲସି ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଆଇଜୋଲ ସହରର ଦକ୍ଷିଣ ବାହ୍ୟ ଅଞ୍ଚଳରେ ଏକ ମେଲଥମ ଏବଂ ହିଲମେନ୍ ମଧ୍ୟରେ ଦୁର୍ଘଟଣା ଘଟିଛି । ଲଗାଣ ବାର୍ଷା ଯୋଗୁ ପଥର ଖଣିରେ ଭୂସ୍ଖଳନ ହୋଇଛି । ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ହେଲେ ଏବେ ମଧ୍ୟ ଅନେକ ନିଖୋଜ ଥିବା ନେଇ ଦାବି କରାଯାଉଛି । ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି କୁହାଯାଉଛି ।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ମିଜୋରାମର ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି । ସେହିପରି ଅନେକ ଅଫିସ ବନ୍ଦ ରହିଥିବା ବେଳେ ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ୍ କରିବାକୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications