Get Updates
Get notified of breaking news, exclusive insights, and must-see stories!

ମହାକୁମ୍ଭ ଯାଉଥିବା ଟ୍ରେନ ଉପରେ ପଥର ମାଡ଼

Mahakumbh Mela 2025: ମହାକୁମ୍ଭ ଯାଉଥିବା ସ୍ପେଶାଲ୍ ଟ୍ରେନ ଉପରେ ପଥର ମାଡ଼ । ମିଳିଥିବା ସୂଚନା ଅନୁସାରେ, ଝାନ୍ସୀରୁ ପ୍ରୟାଗରାଜ ଯାଉଥିବା ଟ୍ରେନ ଉପରେ ହରପାଲପୁରରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ଟ୍ରେନ୍ ଉପରେ ପଥର ମାଡ଼ କରିବା ସହ ଭଙ୍ଗାରୁଜା ମଧ୍ୟ କରିଛନ୍ତି ।

Maha Kumbh

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ସମୟରେ ଝାନ୍ସୀ ଡିଭିଜନର ହରପାଲପୁର ଷ୍ଟେସନରେ କିଛି ଦୃବୁତ୍ତ ଟ୍ରେନ ଉପରେ ଆକ୍ରମଣ କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବା ପାଇଁ ମିଳୁଛି କିଛି ଲୋକ ଟ୍ରେନ ଉପର ପକାଉଛନ୍ତି । ଟ୍ରେନ ଭିତରେ ବସିଥିବା ଲୋକେ
ଭୟଭୀତ ହୋଇପଡିଛନ୍ତି ।

ତେବେ ଆକ୍ରମଣକାରୀ ମାନେ ଟ୍ରେନ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ ହେଲେ ଯେତେବେଳେ ଲୋକମାନେ ଭିତରକୁ ପ୍ରବେଶ କରିପାରି ନଥିଲେ ସେତେବେଳେ ଫାଟକ ଏବଂ ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଏହି ଘଟଣା ପରେ, ସ୍ଥାନୀୟ ପୋଲିସ ଏବଂ ରେଳ ସୁରକ୍ଷା ବଳକୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ।

ଅନ୍ୟପକ୍ଷରେ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା ଏବଂ ଅନେକ ଟ୍ରେନ ବିଳମ୍ବରେ ଚାଲିଥିଲା । ଛତରପୁର ସିଭିଲ୍ ଲାଇନ୍ସ ପୋଲିସ ଷ୍ଟେସନ୍ ଇନଚାର୍ଜ, ବାଲ୍ମିକ ଚୌବେ କହିଛନ୍ତି ଯେ ପ୍ରାୟ ରାତି ୧ଟା ସମୟରେ, ଛତରପୁର ରେଳ ଷ୍ଟେସନରେ ଫାଟକ ଖୋଲା ନ ଥିବାରୁ କିଛି ଲୋକ ଟ୍ରେନ ଉପରେ ପଥର ମାଡ଼ କରିବା ସହ ଭଙ୍ଗାରୁଜା କରିଥିଲେ।

ମହାକୁମ୍ଭକୁ ଦୃଷ୍ଟିରେ ରଖି, ଉତ୍ତର ପ୍ରଦେଶ ପ୍ରଶାସନ ସମଗ୍ର ପ୍ରୟାଗରାଜରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୁମ୍ଭ ସହରର ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀଙ୍କ ସହିତ ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+