ରାଜ୍ୟମାନଙ୍କୁ ୫୦ବର୍ଷ ପର୍ଯ୍ୟନ୍ତ ବିନା ସୁଧରେ ଦିଆଯିବ ଋଣ
Union budget 2024: ସଂସଦରେ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ , ଅର୍ଥାତ୍ ମଧ୍ୟବିତ୍ତ କାଳୀନ ବଜେଟ୍ ୨୦୨୪ଉପସ୍ଥାପିତ ହୋଇ ସାରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିସାରିଛନ୍ତି । ନିର୍ବାଚନ ବର୍ଷ ଥିବାରୁ ସମାଜର ସବୁ ବର୍ଗର ଲୋକଙ୍କୁ ଖୁସି କରାଇବାକୁ ଚେଷ୍ଟା କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ପ୍ରତ୍ୟେକ ଭାରତୀୟଙ୍କର ଆଶା ଓ ଆକାଂକ୍ଷା ପୂରଣ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ଚଳିତ ବର୍ଷ ମଧ୍ୟ ରାଜ୍ୟମାନଙ୍କୁ କେନ୍ଦ୍ରର ସମର୍ଥନ ଜାରି ରହିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଗତ ବର୍ଷ ମଧ୍ୟ ରାଜ୍ୟରେ କେନ୍ଦ୍ରର ପୁଞ୍ଜିନିବେଶ ପାଇଁ ସରକାର ଘୋଷଣା କରିଥିଲେ । ଅନ୍ତରୀଣ ବଜେଟରେ ସୀତାରମଣ କହିଛନ୍ତି ଯେ, ୫୦ ବର୍ଷ ପାଇଁ ରାଜ୍ୟମାନଙ୍କୁ ୭୫ ହଜାର କୋଟି ଟଙ୍କାର ସୁଧ ମୁକ୍ତ ଋଣ ଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, 'ବିକଶିତ ଭାରତ' ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟମାନଙ୍କରେ ସୁଧାର କରିବାକୁ ଗୁରୁତ୍ୱ ଦିଆଯାଉଛି ।

ଏଥିପାଇଁ ସରକାରଙ୍କ ଦ୍ୱାରା ଅନେକ ସୁଧାର ଯୋଜନା ହାତକୁ ନିଆଯାଇଛି ଏବଂ ଏହି ପରିକଳ୍ପନାକୁ ସାକାର କରିବାକୁ ରାଜ୍ୟମାନଙ୍କୁ ଆର୍ôଥକ ସହାୟତାର ଆବଶ୍ୟତକା ରହିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟଙ୍କୁ ସୁଧ ମୁକ୍ତ ଋଣର ସହାୟତା ଦିଆଯିବ । ଏହାସହ ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର ବନାଇବାକୁ ସୂଯ୍ୟୋଦର ସ୍କିମର ଆରମ୍ଭ ମଧ୍ୟ ହୋଇଛି ।












Click it and Unblock the Notifications