ଯୁଦ୍ଧ ପାଇଁ ଭାରତର ପ୍ରସ୍ତୁତି! ୭ରେ ମକ୍ ଡ୍ରିଲ୍ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
ଭାରତ-ପାକିସ୍ତାନ କଳହ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସୋମବାର ଦିନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏହି ପଦକ୍ଷେପ ଅନୁଯାୟୀ, ଅନେକ ରାଜ୍ୟକୁ ମକ୍ ଡ୍ରିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସରକାରଙ୍କ ଦ୍ବାରା ଜାରି ଏହି ନିର୍ଦେଶ ଖୁବ୍ ଗୁରୁତ୍ବପୂରର୍ଣ୍ଣ। କାରଣ ଏଭଳି ନିର୍ଦ୍ଦେଶ ଏହି ସମୟରେ ଜାରି କରାଯାଇଛି, ଯେତେବେଳେ ଭାରତ ଓ ପାକିସ୍ତାନ ଭିତରେ ବିବାଦ ଚରମ ସୀମାରେ ପହଁଞ୍ଚିଛି। ଯେ କୌଣସି ମୂହୂର୍ତ୍ତରେ ଯୁଦ୍ଧ ଆରମ୍ଭ ହୋଇପାରେ। ଏହି ସମୟରେ ଛାତ୍ର ଏବଂ ନାଗରିକଙ୍କୁ ତାଲିମ ଦେବାକୁ ମଧ୍ୟ କହିଛନ୍ତି ଗୃହମନ୍ତ୍ରଣାଳୟ। ଏଭଳି ଅଭ୍ୟାସ ୧୯୭୧ରେ ହୋଇଥିଲା। ଯେଉଁ ବର୍ଷ ଭାରତ ପାକିସ୍ତାନ ମଧ୍ୟରେ ଉଭୟ ପକ୍ଷରୁ ଯୁଦ୍ଧ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରଣାଳୟ ରାଜ୍ୟକୁ ଏହି ସବୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଅଭ୍ୟାସ ସମୟରେ, ବିମାନ ଆକ୍ରମଣ ଚେତାବନୀ ସାଇରନ ସକ୍ରିୟ କରାଯିବ, ଏବଂ ଶତ୍ରୁ ଆକ୍ରମଣ ସମୟରେ ନିଜକୁ ରକ୍ଷା କରିବା ପାଇଁ ନାଗରିକ ଏବଂ ଛାତ୍ରମାନଙ୍କୁ ନାଗରିକ ପ୍ରତିରକ୍ଷା ଉପରେ ତାଲିମ ଦିଆଯିବ। ସେହିପରି କ୍ରାସ୍ ବ୍ଲାକ ଆଉଟ୍ ପଦକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ଲାଣ୍ଟ ଏବଂ ସଂସ୍ଥାଗୁଡ଼ିକୁ ଶୀଘ୍ର ଲୁଚାଇବାର କୌଶଳ ବି ରହିବ। ରାଜ୍ୟଗୁଡ଼ିକୁ ସେମାନଙ୍କର ସ୍ଥାନାନ୍ତର ଯୋଜନା ଏବଂ ଏହାର ଅଭ୍ୟାସକୁ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।












Click it and Unblock the Notifications