ସୁପ୍ରିମକୋର୍ଟ ନେଲେ ନିଷ୍ପତ୍ତି, କୋଟା ଭିତରେ କୋଟାକୁ ମଞ୍ଜୁରୀ
ନୂଆଦିଲ୍ଲୀ: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ମୋହର ଲଗାଇଛନ୍ତି। ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ମାମଲାରେ ନିଷ୍ପତ୍ତି ପରିବର୍ତ୍ତନ କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବରେ ବାଲ୍ମିକୀ ଏବଂ ମଜହବୀ ଶିଖ ଜାତିର ଅନୁସୂଚିତ ଜାତି ସଂରକ୍ଷଣର ଅଧା ଅଂଶ ପ୍ରଦାନ କରିବାର ଆଇନ ହାଇକୋର୍ଟ ଦ୍ୱାରା ୨୦୧୦ରେ ରଦ୍ଦ କରାଯାଇଥିଲା।
ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା। ଗୁରୁବାର ଏହି ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ସଂରକ୍ଷଣ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏସସି/ଏସଟି ବର୍ଗରେ ଅନେକ ଜାତି ଅଛନ୍ତି, ଯେଉଁମାନେ ବହୁତ ପଛୁଆ। ଏହି ଜାତିର ସଶକ୍ତିକରଣ ପାଇଁ ଅତ୍ୟଧିକ ଆବଶ୍ୟକତା ଅଛି।
ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଯେଉଁ ଜାତିକୁ ସଂରକ୍ଷଣରେ ପୃଥକ ଅଂଶ ଦିଆଯାଉଛି, ସେହି ଜାତିର ପଛୁଆବର୍ଗର ପ୍ରମାଣ ରହିବା ଉଚିତ। ଶିକ୍ଷା ଏବଂ ରୋଜଗାରରେ ଏହାର ନିମ୍ନ ପ୍ରତିନିଧିତ୍ୱ ପାଇଁ ଏହାକୁ ଦାୟୀ କରାଯାଇପାରେ। ଅଧିକ ସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ଜାତିର ଉପସ୍ଥିତି ଉପରେ ଏହାକୁ ଆଧାର କରିବା ଭୁଲ ହେବ।

ଜଷ୍ଟିସ ବି.ଆର ଗବାଇ କହିଛନ୍ତି ଯେ ଇଭି ଚିନ୍ନାୟା ରାୟ ମାମଲାରେ କିଛି ତ୍ରୁଟି ରହିଛି। ଏଠାରେ ଧାରା ୩୪୧କୁ ବୁଝିବାର ଆବଶ୍ୟକତା ଅଛି। ଯାହା ସିଟ୍ ଉପରେ ସଂରକ୍ଷଣ ବିଷୟରେ କହିଥାଏ। ଧାରା ୩୪୧ ଏବଂ ୩୪୨ ସଂରକ୍ଷଣ ପ୍ରସଙ୍ଗ ସହିତ ଜଡିତ ନୁହେଁ। କୋଟା ଭିତରେ କୋଟା ସମାନତା ବିରୋଧୀ ନୁହେଁ ବୋଲି ସୁପ୍ରିମ୍କୋର୍ଟ କହଛନ୍ତି। ଏସସି/ଏସଟି ବର୍ଗରେ ଅନେକ ଜାତି ଅଛନ୍ତି, ଯେଉଁମାନେ ବହୁତ ପଛୁଆ। ଏହି ଜାତିର ସଶକ୍ତିକରଣ ପାଇଁ ଅତ୍ୟଧିକ ଆବଶ୍ୟକତା ଅଛି। ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଯେଉଁ ଜାତିକୁ ସଂରକ୍ଷଣରେ ପୃଥକ ଅଂଶ ଦିଆଯାଉଛି, ସେହି ଜାତିର ପଛୁଆବର୍ଗର ପ୍ରମାଣ ରହିବା ଉଚିତ।
ଅଧିକ ସଂଖ୍ୟାରେ ଏକ ନିର୍ଦ୍ଦିଷ୍ଟ ଜାତିର ଉପସ୍ଥିତି ଉପରେ ଏହାକୁ ଆଧାର କରିବା ଭୁଲ ହେବ। ଅନୁସୂଚିତ ଜାତି ବର୍ଗ ସମାନ ନୁହେଁ। କେତେକ ଜାତି ଅଧିକ ପଛୁଆ ରହିଛନ୍ତି। ସେମାନଙ୍କୁ ଏକ ସୁଯୋଗ ଦେବା ଠିକ। ସେମାନଙ୍କୁ ମଧ୍ୟ ସଂରକ୍ଷଣ ଲାଭ ମିଳିବା ଉଚିତ ବୋଲି କୋର୍ଟ କହିଛନ୍ତି।












Click it and Unblock the Notifications