Jharkhand Assembly Election : ରାଜ୍ୟ ସରକାର ଜନସାଧାରଣଙ୍କୁ ମିଛ ପ୍ରତିଶ୍ରୁତି ଦେଉଛନ୍ତ: ହିମନ୍ତ ବିଶ୍ୱଶର୍ମା
Jharkhand Assembly Election :: ଝାଡଖଣ୍ଡ ବିଧାନସଭା ଲାଗି ରାଜ୍ୟରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏବେ ବାକି ରହିଛି ଗୋଟିଏ ପର୍ଯ୍ୟାୟ ନିର୍ବାଚନ । ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ । ଆଉ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ସରଗରମ ହୋଇଛି ରାଜ୍ୟରେ । ଏନ୍.ଡି.ଏ. ଓ ଇଣ୍ଡି ମେଣ୍ଟ ସମେତ ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ଭୋଟରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ଲାଗି ପ୍ରଚେଷ୍ଟା ଜାରି ରହିଛି ।
କାତାରା ଠାରେ ବରିଷ୍ଠ ବିଜେପି ନେତା ତଥା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବା ନିମନ୍ତ ବିଶ୍ୱଶର୍ମା ନିର୍ବାଚନ ପ୍ରଚାର କରି ଝାଡ଼ଖଣ୍ଡ ସରକାରରଙ୍କୁ ସମାଲୋଚନା କରିଛନ୍ତି । ହିମନ୍ତ କହିଛନ୍ତି ରାଜ୍ୟ ସରକାର ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି । ସେହିପରି ବରିଷ୍ଠ ଜେଏମଏମ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଚୁମ୍କା, ଦେଓଘର ଏବଂ ଧନୱାରରେ ଆଜି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖତରେ ମଧ୍ୟ କାମତାରା ଏବଂ ଖଜରୀ ଠାରେ ନିର୍ବାଚନ ପ୍ରଚାର କରିବେ । ଆଉର୍ଜେଡି ନେତା ତେଜସ୍ୱୀ ଯାଦବ ଗୋଜା ଠାରେ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟସୂଚୀ ରହିଛି । ଶିବରାଜ ସିଂ ଚୌହାନଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରକାର ଚଳାଇଛନ୍ତି । ଆସନ୍ତା ୨୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।












Click it and Unblock the Notifications