ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟନୁଷ୍ଠାନ, ୨୪ ଘଣ୍ଟାରେ ଗିରଫ ହେଲେଣି ୪୧୬ ଜଣ, ଜାଣନ୍ତୁ କାହିଁକି?

ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (୨୨ ଡିସେମ୍ବର ୨୦୨୪)ରେ କହିଛନ୍ତି ଯେ ରାଜ୍ୟରେ ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନର ତୃତୀୟ ପର୍ଯ୍ୟାୟରେ ୪୧୬ ଜଣଙ୍କୁ ଗିରଫ କରାଯାଇଛି।

asam

ଏହି କାର୍ଯ୍ୟ ୨୧-୨୨ ଡିସେମ୍ବର ରାତିରେ ଆରମ୍ଭ ହୋଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ ପୋଲିସ ଏ ବାବଦରେ ୩୩୫ ଟି ମାମଲା ରୁଜୁ କରିଛି ଏବଂ ଗିରଫ ଲୋକଙ୍କୁ ରବିବାର କୋର୍ଟରେ ହାଜର କରାଯିବ।

ଇନଷ୍ଟାଗ୍ରାମରେ ପୋଷ୍ଟ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ସୂଚନା ଦେଇଛନ୍ତି। ଏହି ସାମାଜିକ ଦୁଷ୍ଟତାକୁ ଦୂର କରିବା ପାଇଁ ଆମେ ସାହସିକ ପଦକ୍ଷେପ ଗ୍ରହଣ କରିବା ଜାରି ରଖିବୁ ବୋଲି ସେ କହିଛନ୍ତି। ୨୦୨୩ରେ ଫେବୃଆରୀ ଏବଂ ଅକ୍ଟୋବରରେ ଦୁଇଟି ପର୍ଯ୍ୟାୟରେ ବାଲ୍ୟ ବିବାହ ବିରୋଧରେ ରାଜ୍ୟ ସରକାର ଏହି ଅଭିଯାନ ଆରମ୍ଭ କରିଥିଲେ। ଫେବୃଆରୀ ମାସରେ ପ୍ରଥମ ପର୍ଯ୍ୟାୟରେ ୪,୫୧୫ ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ୩,୪୮୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅକ୍ଟୋବରରେ ଦ୍ୱିତୀୟ ପର୍ଯ୍ୟାୟରେ ୭୧୦ମାମଲା ପଞ୍ଜୀକୃତ ହୋଇଥିଲା ଏବଂ ୯୧୫ ଜଣଙ୍କୁ ଗିରଫ କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+