ବାଣ ଫୁଟାଇବା ଓ ଡ୍ରୋନ୍ ବ୍ୟବହାର ଉପରେ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଦେଶରେ ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୁଜରାଟରେ ବାଣ ଫୁଟାଇବା ଓ ଡ୍ରୋନ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଏହି କଟକଣା ଆସନ୍ତା ୧୫ ତାରିଖ ଯାଏ ଘୋଷଣା ହୋଇଛି ତଥା ବଳବତ୍ତର ରହିବ।

drones
କୌଣସି ଉତ୍ସବରେ ବାଣ ଫୁଟାଇବା ଓ ଡ୍ରୋନ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରାଯାଇଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଘଭି ଏହି ସୂଚନା ଦେଇଛନ୍ତି।

ଗୃହମନ୍ତ୍ରୀ ସାଂଘଭି ତାଙ୍କ ଏକ୍ସରେ ପୋଷ୍ଟ କରିଛନ୍ତି, ଗୁଜୁରାଟରେ ମେ ୧୫ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକ୍ରମରେ ବାଣ କିମ୍ବା ଡ୍ରୋନକୁ ଅନୁମତି ଦିଆଯିବ ନାହିଁ। ଦୟାକରି ସହଯୋଗ କରନ୍ତୁ ଏବଂ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ ବୋଲି ସେ ଲେଖିଛନ୍ତି।

ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଅପରେଶନ 'ସିନ୍ଦୂର' ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହା ସହିତ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା, ପାକିସ୍ତାନୀ କୂଟନୀତିଜ୍ଞମାନଙ୍କୁ ନିର୍ବାସନ ଦେବା ଏବଂ ସୀମାନ୍ତ ବନ୍ଦ କରିବା ଭଳି କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ଏବଂ ନାଗରିକମାନଙ୍କୁ ସମ୍ଭାବ୍ୟ ବିପଦ ପାଇଁ ପ୍ରସ୍ତୁତ ରଖିବାକୁ ଏହି ନିର୍ଦ୍ଦେଶ ଜାରି କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+