ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଆରମ୍ଭ

ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ପରିପ୍ରେକ୍ଷୀରେ ୧୭ ଜାନୁଆରୀ ୨୦୨୬ ତାରିଖ ରେ କଟକସ୍ଥିତ କେନ୍ଦ୍ରାଞ୍ଚଳ ଆୟୁକ୍ତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଆରଡିସି ସ୍ତରୀୟ ପ୍ରାକ୍ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ବ ରେଞ୍ଜ ଅନ୍ତର୍ଗତ ୧୦ଟି ଜିଲ୍ଲାର ଜିଲ୍ଲାପାଳ,ପୌର କମିଶନର, ଅତିରିକ୍ତ ଜିଲ୍ଲାପାଳ(ADMs),ଉପ-ଜିଲ୍ଲାପାଳ,ଡେ଼ପୁଟି କଲେକ୍ଟର(ଜି ଆଣ୍ଡ ଏମ୍ ବିଭାଗ )ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।ରାଜ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ମଧୁସୂଦନ ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟତଃ ୨୦୨୭ ରେ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ଜନିତ ଅନ୍ୟ ବିଷୟରେ ଆଲୋଚନା କରାଯାଇଥିଲା।

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ କୁ ଆଉ ମାତ୍ର ଏକ ବର୍ଷ ଥିବାରୁ ଏବେଠୁ ପ୍ରସ୍ତୁତି ଗ୍ରହଣ କରିବାକୁ ସିଦ୍ଧାନ୍ତ ହେବା ସହିତ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ ଅନ୍ତର୍ଗତ ୧୦ଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ପାଇଁ ବିଗତ ନିର୍ବାଚନ ସମ୍ପର୍କିତ ତଥ୍ୟର ସମୀକ୍ଷା କରାଯାଇଥିଲା।ନିର୍ବାଚନ ପାଇଁ ଇଭିଏମ ଆଦି ଉପକରଣ ଜିଲ୍ଲାରୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଗୋଦାମକୁ ଫେରସ୍ତ କରିବା।

voter

ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଲଟ୍ ପେପର୍ ମୁଦ୍ରଣ, ଗଣନା କେନ୍ଦ୍ରର ଚିହ୍ନଟ, ଆଗାମୀ ସାଧାରଣ ନିର୍ବାଚନ ପାଇଁ ପିଆରଆଇ ଏବଂ ୟୁଏଲବିଏସ-୨୦୨୭ ସମ୍ପର୍କିତ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ କାର୍ଯ୍ୟ ପାଇଁ ତାରିଖ ସୀମା, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନ ସମ୍ପର୍କିତ ବକେୟା ଥିବା ଡିସି ବିଲ୍/ୟୁସି ଦାଖଲ ,ଗ୍ରାମ ପଞ୍ଚାୟତ ଓ ପୌର ଅଞ୍ଚଳରେ ସର୍ଭେ ରୁଟ୍ ର ଜିଆଇଏସ(GIS) ମ୍ୟାପିଂ କରିବା, ଭୋଟର ତାଲିକା ଅନ୍ତର୍ଭୁକ୍ତିକରଣ ତ୍ରୁଟିଗୁଡ଼ିକୁ ଅପସାରଣ ଏବଂ ବାଦକରଣ ତ୍ରୁଟିଗୁଡ଼ିକୁ ଭୋଟର ତାଲିକା ରେ ଯୋଡିବା ,ଗଣନା ହଲ୍ ଏବଂ ଟେବୁଲ ବୃଦ୍ଧି କରିବା, ଅସ୍ଥାୟୀ ବୁଥ କୁ ସ୍ଥାୟୀ ବୁଥରେ ପରିଣତ କରିବା, ସମ୍ବେଦନ ଓ ଅତିସମ୍ବେଦନଶୀଳ ବୁଥ୍ ଗୁଡ଼ିକୁ ଚିହ୍ନଟ କରିବା,

ଅତିସମ୍ବେଦନଶୀଳ ବୁଥ୍ ରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବ୍ୟବସ୍ଥା କରିବା ଏବଂ ଭୋଟଦାନର ଗୋପନୀୟତା ବଜାୟ ରଖିବା ପାଇଁ ପଞ୍ଚାୟତ ନିର୍ବାଚନର ବାଲଟ୍ ପେପରଗୁଡ଼ିକର ନୂତନ ଗଣନା ପ୍ରକ୍ରିୟା, ଅର୍ଥାତ୍ ଏକତ୍ରୀକରଣ, ମିଶ୍ରଣ ଏବଂ ଗଣନା ଆଦି ଉପରେ ଆଲୋଚନା କରାଯାଇଥିଲା। ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ଦେଇଥିବାବେଳେ ରାଜ୍ୟ ନିର୍ବାଚନ ଆୟୋଗର ସଚିବ ସନ୍ତୋଷ କୁମାର ଦାଶ ମଧ୍ୟ ସଭାକୁ କୁ ସମ୍ବୋଧିତ କରିଥିଲେ।ରାଜ୍ୟ ନିର୍ବାଚନ ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ଶେଷରେ, ବାଲେଶ୍ଵର ଜିଲ୍ଲାପାଳ ଶ୍ରୀ ମୟୂର ସୂର୍ଯ୍ୟବଂଶୀ ଧନ୍ୟବାଦ ଅର୍ପଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+