ରାଜ୍ୟ ବିଜେପିର ଅନୁଷ୍ଠିତ ହେଲା ସଂଯୁକ୍ତା ମୋର୍ଚ୍ଚା ବୈଠକ
ଭୁବନେଶ୍ୱର:ରାଜ୍ୟରେ ନିର୍ବାଚନକୁ ମାତ୍ର ୪ ମାସ ରହିଛି ବାକି । ଏଥିଲାଗି ରାଜ୍ୟରେ ରାଜନୈତିକ ଦଳ ଗୁଡ଼ିକ କରୁଛନ୍ତି ଘନ ଘନ ବୈଠକ । ଗତକାଲି (ଡିସେମ୍ବର ୩୦ ) ବିଜେପି ରୁଦ୍ଧଦ୍ୱାର ବୈଠକ କରିଥିଲା । ଏଥିରେ ଏକାଠି ହୋଇଥିଲେ ବିଜେପିର କୋର କମିଟି ନେତା । କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଗତକାଲି ଚାଲିଥିଲା ବିଚାର ବିମର୍ଶ ।
ଆଉ ଏଥିରେ ୨୪ ପାଇଁ ରୋଡ଼ ମ୍ୟାପ୍ ତୟାର ହୋଇଥିଲା । ଆଉ ଆଜି ରାଜ୍ୟ ବିଜେପିର ସଂଯୁକ୍ତା ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହେଇଛି । ୨୪ ଲଢ଼େଇରେ ମୋର୍ଚ୍ଚାଗୁଡ଼ିକର ଭୂମିକା କ'ଣ ରହିବ । ଲୋକଙ୍କ ପାଖକୁ କେଉଁ ପ୍ରସଙ୍ଗ ନେଇ ବିଜେପି ଯିବ ସେନେଇ ପ୍ରସ୍ତୁତ ହେଉଛି ରଣନୀତି ରାଜ୍ୟ ବିଜେପିର କୃଷକ ମୋର୍ଚ୍ଚା, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା, ଏସଟି ମୋର୍ଚ୍ଚା, ଏସି ମୋର୍ଚ୍ଚା, ଓବିସି ମୋର୍ଚ୍ଚାର ସଭାପତି ଉପସ୍ଥିତ ଅଛନ୍ତି ।

ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ 'ସଂଯୁକ୍ତ ମୋର୍ଚ୍ଚା ବୈଠକ'ରେ ଅନୁଷ୍ଠିତ ହୋଇଛି । ଏହି ବୈଠକରରେ ସହପ୍ରଭାରୀ ବିଜୟପାଲ ସିଂହ ତୋମାର ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ, ସାରଦା ପ୍ରସାଦ ଶତପଥୀ, ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି ଏବଂ ଦଳର ବରିଷ୍ଠ ନେତା ଯୋଗଦେଇଛନ୍ତି ।
ସଂଯୁକ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନଙ୍କୁ ସଭାପତି ମନମୋହନ ସାମଲ ଆଗାମୀ ଦିନର ସ୍ପଷ୍ଟ ରାଜନୈତିକ ରଣନୀତି ନେଇ ଗୁରୁମନ୍ତ୍ର ଦେବା ସହ ଦଳର ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି । ଏହା ସହ ବୁଥ ସ୍ତରରୁ ବିଜେପି କିଭଳି ୫୦ ପ୍ରତିଶତ ଭୋଟ ହାତେଇବ, ମୋର୍ଚ୍ଚାର ଭୂମିକା କ'ଣ ରହିବ, କୋର କମିଟିରେ ହୋଇଥିବା ନିଷ୍ପତି ଉପରେ ଆଜି ଆଲୋଚନା ହେଉଥିବା ଜଣାଯାଇଚି । ମୋଦୀ ସରକାରଙ୍କ ବିଭିନ୍ନ ଲୋକଭିମୁଖୀ ଯୋଜନାକୁ ଗ୍ରାଉଣ୍ଡରେ କିଭଳି ପହଞ୍ଚିବ, ରାଜ୍ୟ ସରକାରଙ୍କ ବିଫଳତା କିପରି ଲୋକଙ୍କ ପାଖରେ ପହଞ୍ଚିବାକୁ ନେଇ ରଣନୀତି ପ୍ରସ୍ତୁତ ହେଉଛି ।












Click it and Unblock the Notifications