'ଷ୍ଟାର୍ଟ୍ଅପ୍ ଏବଂ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗୀମାନେ ଭାରତର ଭବିଷ୍ୟତର ସହ ସ୍ଥାପତ୍ୟ'
ଭାରତୀୟ କୃତ୍ରିମ ବୁଦ୍ଧିମତା ମଡେଲ୍ ଗୁଡ଼ିକ ନୈତିକ ମୂଲ୍ୟବୋଧ ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ନିରପେକ୍ଷ ଏବଂ ତଥ୍ୟ ଗୋପନୀୟତା ନୀତି ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି । ଆଜି ନୂଆଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଭାରତୀୟ ଏ.ଆଇ. ଷ୍ଟାର୍ଟଅପ୍ମାନଙ୍କର ଗୋଲ୍ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ସମାଜରେ ରୂପାନ୍ତରିକରଣ ଦିଗରେ କୃତ୍ରିମ ବୁଦ୍ଧିମତାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।
ସେ କହିଛନ୍ତି, ଆସନ୍ତା ମାସରେ ଭାରତ କୃତ୍ରିମ ବୁଦ୍ଧିମତା ସମ୍ମିଳନୀ ଆୟୋଜନ କରିବ । ଏହା ମାଧ୍ୟମରେ ଦେଶ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଯାଉଛି । ଶ୍ରୀ ମୋଦୀ କହିଛନ୍ତି, ଷ୍ଟାର୍ଟ୍ଅପ୍ ଏବଂ କୃତ୍ରିମ ବୁଦ୍ଧିମତା ଉଦ୍ୟୋଗୀମାନେ ଭାରତର ଭବିଷ୍ୟତର ସହ ସ୍ଥାପତ୍ୟ । ଏହି କ୍ଷେତ୍ରରେ ଉଭୟ ନବସୃଜନ ଏବଂ ବହୁଳ ମାତ୍ରାରେ କାର୍ଯ୍ୟକାରିତା କରିବା ଦିଗରେ ଦେଶର ଏକ ବିଶେଷ କ୍ଷମତା ରହିଛି ।

ଭାରତ ବିଶ୍ୱ ସମ୍ମୁଖରେ ଏଭଳି ଅଭିନବ ଏ.ଆଇ. ମଡେଲ୍ ଉପସ୍ଥାପନ କରିବା ଉଚିତ୍, ଯାହା ମାଧ୍ୟମରେ ମେଡ୍ ଇନ୍ ଇଣ୍ଡିଆ ଓ ମେଡ୍ ଫର୍ ଦ ୱାର୍ଲ୍ଡ୍ ଭାବନାର ପ୍ରତିଫଳିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ଏହି କ୍ଷେତ୍ରରେ ଭାରତର ଷ୍ଟାର୍ଟଅପ୍ଗୁଡ଼ିକ ବିଶ୍ୱସ୍ତରରେ ନେତୃତ୍ୱ ନେବା ଦିଗରେ କାର୍ଯ୍ୟ କରିବା ଉଚିତ୍ । ଭାରତ ସୁଗମ, ସମାବେଶୀ ତଥା ନବସୃଜନ ପ୍ରତିଫଳିତ କୃତ୍ରିମ ବୁଦ୍ଧିମତା ଉତ୍ପାଦକୁ ପ୍ରୋତ୍ସାହନ ଦେବା ଦିଗରେ ସମସ୍ତ ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ସୁନିଶ୍ଚିତ କରିଛନ୍ତି ।
ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା କୃତ୍ରିମ ବୁଦ୍ଧିମତା ସମ୍ମିଳନୀ ୨୦୨୬ରେ ଭାଗ ନେବା ଲାଗି ଭାରତର ୧୨ଟି ଏ.ଆଇ. ଷ୍ଟାର୍ଟଅପ୍ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହି ଷ୍ଟାର୍ଟଅପ୍ ଗୁଡ଼ିକ ଆଜି ପ୍ରଧାନମନ୍ତ୍ରୀଙ୍କ ସହିତ ବୈଠକରେ ଯୋଗଦେଇ ନିଜ ନିଜର ମଡେଲ୍ ଉପସ୍ଥାପନ କରିଥିଲେ । ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଉପସ୍ଥିତ ଥିଲେ । ଏତଦ୍ ବ୍ୟତୀତ ଅବତାର, ଭାରତଜେନ୍, ଇଣ୍ଟେଲିହେଲ୍ଥ, ସର୍ଭମ୍, ଟେକ୍ ମହିନ୍ଦ୍ରା ଏବଂ ଜେଣ୍ଟିକ୍ ସମେତ ଅନ୍ୟାନ୍ୟ ଭାରତୀୟ ଏ.ଆଇ. ଷ୍ଟାର୍ଟଅପ୍ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications