ଭାରତ-ବ୍ରିଟେନ ମଧ୍ୟରେ ହୋଇଛି ଚୁକ୍ତି , ସହଜ ହେବ ବ୍ୟବସାୟ !

ନୂଆ ସୋପାନରେ ଭାରତ-ୟୁକେ ସଂପର୍କ । ଖୁବଶୀଘ୍ର ଦୁଇ ଦେଶ ମଧ୍ୟରେ ସ୍ବାକ୍ଷର ହେବାକୁ ଯାଉଛି ମୁକ୍ତ ବାଣିଜ୍ୟ ଚୁକ୍ତି । ଦୁଇ ଦିନିଆ ବ୍ରିଟେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି - ବ୍ରିଟେନ ପିଏମ କୀର ଷ୍ଟାରମରଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଉପରେ ସାରା ବିଶ୍ବର ନଜର ରହିଛି । ଫ୍ରି ଟ୍ରେଡ ଏଗ୍ରିମେଣ୍ଟକୁ ଚୂଡ଼ାନ୍ତ ରୂପ ଦେବା ଉଭୟ ଦେଶ ପାଇଁ ଐତିହାସିକ ପଦକ୍ଷେପ ହେବାକୁ ଯାଉଛି ।

ଆମେରିକା, ଚୀନ, ରୁଷିଆ ସମେତ ବିଶ୍ବର ବିଭିନ୍ନ ଦେଶରେ ଟାରିଫ ୱାର୍ ଜାରି ରହିଥିବା ବେଳେ ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତି ଉଭୟ ରାଷ୍ଟ୍ର ପାଇଁ ବଡ଼ ସଫଳତା ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିସ୍ରି । ବାଣିଜ୍ୟ ସହ ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟେନ ପିଏମ କୀର ଷ୍ଟାରମରଙ୍କ ଦ୍ବିପାକ୍ଷିକ ଆଲୋଚନାରେ ପ୍ରତିରକ୍ଷା, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ସହଯୋଗ, AI, ବାୟୋଟେକ୍ନୋଲୋଜି, ସେମିକଣ୍ଡକ୍ଟର ଉତ୍ପାଦନ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି ।କିଛି ଜିନିଷ ମହଙ୍ଗା ହୋଇପାରେ ଯାହାକି କିଛି ଲୋକଙ୍କ ପକେଟ ଉପରେ ସିଧା ସଳଖ ପ୍ରଭାବ ପକାଇବ ।

Starmer and Modi sign 6bn India-UK trade deal

ତେବେ ଏହି ଡିଲ ଜାନୁୟାରୀ ୨୨ ରେ ତତକାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମୟରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ୨୦୨୪ ପର୍ଯ୍ୟନ୍ତ ପୁରା କରିବା ପାଇଁ ଲକ୍ଷ୍ୟ ରହିଥିଲା । ପ୍ରଧାନମନ୍ତ୍ରୀ ମୋଦି ଏହି ଚୁକ୍ତିକୁ ନେଇ କହିଥିଲେ ଏହା ଦୁଇଦେଶ ମଧ୍ୟରେ ଅର୍ଥନୀତି ବଦ୍ଧି ପାଇବା ସହିତ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଥିଲେ ।

ମୁକ୍ତ ବାଣିଜ୍ୟ ଚୁକ୍ତି ମାଧ୍ୟମରେ ଭାରତ ବ୍ରିଟେନର ସାହାଯ୍ୟ ନେଇ ଦୁଇ ପାକ୍ଷିକ ବ୍ୟାପାର ପାଇଁ ୨୦୩୦ ପର୍ଯନ୍ତ ୧୨୦ ବିଲିୟନ ଆମେରିକା ଡଲାର ରଖିବା ପାଇଁ ସ୍ଥିର କରାଯାଇଛି । ଭାରତ ଓ ବ୍ରିଟେନର ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଭାରତ ନିଜର ୯୯ ପ୍ରତିଶଦ ରପ୍ତାନୀ ଉତ୍ପାଦରେ ୟୁକେକୁ ଟିକସ ମୁକ୍ତ ରପ୍ତାନୀ ମୁକ୍ତ ପାଇବ । ସେଠାରେ ଭାରତ ବ୍ରିଟେନରୁ ଆସୁଥିବା ୯୦ ପ୍ରତିଶଦ ଶୁଳ୍କ ହଟାଇଦିଆଯିବ ।

ଯାହା ଫଳରେ ଭାରତୀୟ କମ୍ପାନୀ ସହିତ ସାଧାରଣ ଲୋକଙ୍କର ଫାଇଦା ହୋଇପାରିବ । ଇଲେକ୍ଟନିକ୍ସ, ପୋଷାକ,ଇସ୍ପାତ,ଧାତୁ,ସାମୁଦ୍ରିକ ଜିନିଷ ଏବଂ ଅଳଙ୍କାର ଶସ୍ତା ହୋଇପାରେ । କାର ଓ ବାଇକ ,ଅଟୋ,ଷ୍ଟିଲ ଭଳି ସାମଗ୍ରୀ ମହଙ୍ଗା ହୋଇପାରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+