ଧାର୍ମିକ ଯାତ୍ରାରେ ଦଳାଚକଟା: ୭ ମୃତ
ଗୋଆରେ ଧାର୍ମିକ ଯାତ୍ରାରେ ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି ।ଶୁକ୍ରବାର ରାତିରେ ଗୋଆର ଶ୍ରୀଗାଓଁରେ ଅନୁଷ୍ଠିତ ଶ୍ରୀଲୈରାଇ ଦେବୀଙ୍କ ପାରମ୍ପରିକ 'ଯାତ୍ରା' ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ ୭ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଭକ୍ତ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଏକାଠି ହୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ସଂକଟାପନ୍ନ, ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି ।
VIDEO | Goa CM Pramod Sawant (@DrPramodPSawant) visited North Goa District Hospital in Mapusa to meet the injured as several people have been feared dead and injured in a stampede at a temple festival in Shirgao village last night.
(Source: Third Party)#Goa pic.twitter.com/DjA0G4mYNA
— Press Trust of India (@PTI_News) May 3, 2025
ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ତୁରନ୍ତ ଗୋଆ ମେଡିକାଲ କଲେଜ (GMC) ଏବଂ ମାପୁସାର ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁହାଯାଉଛି ଯେ ଆହତମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର, ଯେଉଁମାନଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ ତତ୍ପରତା ଦେଖାଇ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲ ଏବଂ ବିଚୋଲିମ୍ ହସ୍ପିଟାଲ ପରିଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ତୁରନ୍ତ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।












Click it and Unblock the Notifications