ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଦଳାଚକଟା, ଚାଲିଗଲା ୪ ଜୀବନ, ୬୦ ଆହତ
Kerala Music Concert: କେରଳର କୋଚିରେ ସଂଗୀତ କନସର୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ କୋଚି ବିଶ୍ୱବିଦ୍ୟାଳୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା (CUSAT) ରେ ସଂଗୀତ ଉତ୍ସବରେ ଭୟଙ୍କର ଦଳାଚକଟା ହୋଇଥିଲା, ଯେଉଁଥିରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ପିଲାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଥିବା ନେଇ ସୂଚନା ରହିଛି, ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।
କେରଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ୪ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି, ସେହିପରି ଅନେକ ଆହତ ହୋଇଛନ୍ତି। ଖୋଲା ଆକାଶ ଅଡିଟୋରିୟମରେ ଆୟୋଜିତ ବଲିଉଡର ପ୍ରସିଦ୍ଧ ଗାୟକ ନିକିତା ଗାନ୍ଧୀଙ୍କ ସଂଗୀତ ଇଭେଣ୍ଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ CUSAT ଠାରେ ଏକ କନସର୍ଟ ଆୟୋଜିତ ହୋଇଥିଲା ।

ମିଡିଆ ରିପୋର୍ଟ ଅନୁଯାୟୀ, ୬୦ରୁ ଅଧିକ ଛାତ୍ର ଆହତ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି, ଏହା ବ୍ୟତୀତ କିଛି ଆହତ ଛାତ୍ରଛାତ୍ରୀଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଉଛି। ରିପୋର୍ଟ ଅନୁଯାୟୀ, ଗାୟକ ନିକିତା ଗାନ୍ଧୀଙ୍କ ଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 6 ଟାରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏହା ବିଳମ୍ବିତ ରାତିରେ ଆରମ୍ଭ ହୋଇଥିଲା ।
ସୂଚନା ଅନୁସାରେ, ହଠାତ୍ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା, ଯାହା ପରେ ବାହାରେ ଠିଆ ହୋଇଥିବା ଲୋକମାନେ ଭିତରକୁ ଦୌଡିବା ଆରମ୍ଭ କରିଥିଲେ ଯାହା ଫଳେରେ ଅଡିଟୋରିୟମ ଭିଚରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଏବଂ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଖବର ପାଇଁ ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚିଥିଲା ଏବଂ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ଆହତଙ୍କୁ ତୁରନ୍ତ Kalamassery Medical Collegeକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।












Click it and Unblock the Notifications