'ମହିଳା ସଂରକ୍ଷଣ ବିଲ୍'କୁ ନେଇ ଉଦୟାନିଧି ଷ୍ଟାଲିନ କହିଲେ ଏହା ଉପରେ କୌଣସି ସ୍ପଷ୍ଟତା ନାହିଁ...
ନୂଆଦିଲ୍ଲୀ: 'ମହିଳା ସଂରକ୍ଷଣ ବିଲ୍'କୁ ନେଇ ଆଦି ସଂସଦରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବିରୋଧି ପୁଣି କେନ୍ଦ୍ରକୁ କରିବେ ଟାର୍ଗେଟ୍ । କଂଗ୍ରେସ ଦଳର ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ବିତର୍କର ନେତୃତ୍ୱ ନେବେ । ସେହିପରି ଲୋକସଭାରେ ହେବାକୁ ଥିବା ଏହି ବିତର୍କରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଭାଷଣ ରଖିବେ । ସୂଚନାଥାଉ ଯେ, ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରଖୁଥିବା ଏହି ବିଲ୍ ଆଜି ଲୋକସଭାରେ ଆଗତ ହେବ ।

ତେବେ ଏବି ବିଲକୁ ନେଇ ସନାତନ ଧର୍ମ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଉଦୟାନିଧି ଷ୍ଟାଲି କହିଛନ୍ତି, ଏହା ଉପରେ କୌଣସି ସ୍ପଷ୍ଟତା ନାହିଁ ... ମହିଳା ସଂରକ୍ଷଣ ବିଲ୍ ଉପରେ ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ କହିଛନ୍ତି ଯେ ଆମେ ଗତ ୧୦ ବର୍ଷ ଧରି ମହିଳା ସଂରକ୍ଷଣ ଦାବି କରିଆସୁଛୁ, ବିଜେପି ସରକାର ଏହାକୁ କେବେ କାର୍ଯ୍ୟକାରୀ କରିବେ ସେନେଇ କୌଣସି ସ୍ପଷ୍ଟତା ନାହିଁ ।
तमिलनाडु: महिला आरक्षण बिल पर तमिलनाडु के मंत्री उदयनिधि स्टालिन ने कहा, "ऐसा लगता है कि वे इसे अब लागू नहीं करने जा रहे हैं। हम पिछले 10 साल से इसकी (महिला आरक्षण) मांग कर रहे हैं। अब वे जनगणना, परिसीमन करने के लिए कह रहे हैं...वे (भाजपा सरकार) इसे कब लागू करेंगे, इस पर कोई… pic.twitter.com/eVXfjhGsEk
— ANI_HindiNews (@AHindinews) September 19, 2023
ସେପଟେ ମହିଳା ସଂରକ୍ଷଣ ବିଲ୍ ଉପରେ ମେଘାଳୟର ମନ୍ତ୍ରୀ ଡକ୍ଟର ଅମ୍ପାରିନ୍ ଲିଙ୍ଗଦୋହ କହିଛନ୍ତି ଯେ "ମୁଁ ବହୁତ ଖୁସି' ଅଛି ଏବେ ଅପେକ୍ଷା କେବେ ଏହା ଏକ ଆଇନରେ ପରିଣତ ହେଉଛି ।
#WATCH | On Women's Reservation Bill, Meghalaya minister Dr. Ampareen Lyngdoh says, "...I'm very delighted. This is a jubilant day for all of us, women of the country. I look forward to the bill taking good shape and becoming law. I hope that we will shortly see assemblies giving… pic.twitter.com/sSJL4EBEiw
— ANI (@ANI) September 19, 2023












Click it and Unblock the Notifications