ଭାଙ୍ଗିଲା ସଭାମଞ୍ଚ, ଅଳ୍ପକେ ବର୍ତ୍ତିଲେ ରାହୁଲ

ପାଟଣା: ଦେଶରେ ସରିଛି ଷଷ୍ଠ ପର୍ଯ୍ୟାୟ ମତଦାନ । ଜୁନ ୧ରେ ଶେଷ ପର୍ଯ୍ୟାୟ ମତଦାନ । ହାତରେ ଆଉ ମାତ୍ର ୪ଟା ଦିନ ଅନ୍ତିମ ପର୍ଯ୍ୟାୟକୁ ରହିଛି ବାକି । ଭୋଟ୍ ହାତେଇବାକୁ ଏବେ ମଇଦାନରେ ଦେଶରେ ସବୁ ରାନୈତିକ ଦଳର ପ୍ରାର୍ଥୀ । ଖରା ବର୍ଷାକୁ ଖାତିର କରୁନାହାଁନ୍ତି ପ୍ରାର୍ଥୀ । ନେତା ଏବେ ଜୋରଦାର କରୁଛନ୍ତି ପ୍ରଚାର । ଏହି କ୍ରମରେ ଦେଶରେ ଜୋରଦାର ପ୍ରଚାର ଚଳାଇଛନ୍ତି ରାହୁଲ ଗାନ୍ଧି । ବର୍ତ୍ତମାନ ରାହୁଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଳ୍ପକେ ବର୍ତ୍ତିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ।

ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିବା ବେଳେ ରାହୁଲ ଗାନ୍ଧିଙ୍କ ସଭାମଞ୍ଚର କିଛି ଅଂଶ ଦବି ଯାଇଛି । ସେ ଲୋକଙ୍କୁ ହାତ ହଲାଉ ଥିବା ବେଳେ ହଠାତ୍ ମଞ୍ଚଟି ଦବି ଯାଇଥିଲା । ଏପରି ଘଟଣା ଆଜି ଦେଖିବାକୁ ମିଳିଛି ବିହାରର ପାଟନା ସ୍ଥିତ ପାଲିଗଞ୍ଜରେ । ତେବେ ରାହୁଲ ଗାନ୍ଧି ଏଥିରେ କୌଣସି ପ୍ରକାରର ଆହତ ହୋଇ ନାହାନ୍ତି । ବରଂ ମଞ୍ଚ ଦବିବା ସତ୍ତ୍ୱେ ସେ ବଚଳିତ ହୋଇ ନଥିଲେ ।

stage Collapses

ପୂର୍ବଭଳି ଲୋକଙ୍କ ଅଭିବାଦନ ଗ୍ରହଣ କରି ମଞ୍ଚରେ ଭାଷଣ ଦେଇଥିଲେ । ତାଙ୍କ ସହ ଏହି ସମୟରେ ଲାଲୁ ପ୍ରାସଦ ଯାଦବଙ୍କ ଝିଅ ମିଶା ଭାରତୀ, ପୁଅ ତେଜସ୍ୱୀ ଯାଦବ ଓ ଅନ୍ୟ ନେତାମାନେ ସଭା ମଞ୍ଚରେ ରହିଥିଲେ ।

ଏହି ମଞ୍ଚରେ ରାହୁଲ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆମେ ପୂର୍ବରୁ ମନରେଗା ଅଧୀନରେ ଚାକିରି ଦେଇଥିଲୁ । ବର୍ତ୍ତମାନ ସ୍ନାତକୋତ୍ତର ପାସ କରିଥିବା ଯୁବକମାନଙ୍କ ପାଇଁ ଆମେ ପ୍ରଥମ ଚାକିରି ଗ୍ୟାରେଣ୍ଟି ଯୋଜନା ପ୍ରସ୍ତୁତ କରିଛୁ। ଏହା ସରକାରୀ କଲେଜ, ବିଶ୍ୱବିଦ୍ୟାଳୟ, ଡାକ୍ତରଖାନା, ସରକାରୀ କାର୍ଯ୍ୟରେ ଚାକିରି ଯୋଗାଇବ । ମାସକୁ ଆଠ ହଜାର ଟଙ୍କା ଏବଂ ବର୍ଷକୁ ଏକ ଲକ୍ଷ ଟଙ୍କା ନଷ୍ଟ ହୋଇଯିବ। ଏହା ସହିତ ଭାରତର ଅର୍ଥନୀତି ଆରମ୍ଭ ହେବ। ବିଶ୍ୱର କୌଣସି ସରକାର ଏଭଳି କାମ କରିନାହାଁନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+