For Quick Alerts
Turn On Notification  
For Daily Alerts
Oneindia App Download

କୃଷକ ମହାପଞ୍ଚାୟତରେ ଭାଙ୍ଗିଲା ମଞ୍ଚ ; ରାକେଶ କହିଲେ ଭାଗ୍ୟବାନ ଲୋକଙ୍କର ମଞ୍ଚ ଭାଙ୍ଗିଥାଏ

ମଞ୍ଚକୁ କୃଷକମାନେ ରାକେଶ ଟିକାଇଟଙ୍କୁ ସ୍ୱାଗତ କରିଥିଲେ । ମଞ୍ଚ ଉପରେ ଅଧିକ ଗହଳି ଯୋଗୁଁ ମଞ୍ଚ ଭାଙ୍ଗି ଯାଇଥିଲା, ରାକେଶ ସମେତ ଅନ୍ୟ ନେତା ମାନେ ତଳକୁ ଖସିପଡ଼ିଥିଲେ ।

|

ଜିନ୍ଦ : କୃଷି ଆଇନ ବିରୋଧରେ କୃଶକ ଆନ୍ଦୋଳନ 70ଦିନରେ ପହଞ୍ଚିଥିବା ସହ ବୁଧବାର ହରିୟାଣାର ଜିନ୍ଦ ଠାରେ କୃଷକ ମହାପଞ୍ଚାୟତ ଅନୁଷ୍ଠିତ ହୋଇଛି । ଆଜିର ଏହି ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟିତ ଯୋଗ ଦେଇଥିଲେ । ଏହି ସମୟରେ ମଞ୍ଚକୁ କୃଷକମାନେ ରାକେଶ ଟିକାଇଟଙ୍କୁ ସ୍ୱାଗତ କରିଥିଲେ । ମଞ୍ଚ ଉପରେ ଅଧିକ ଗହଳି ଯୋଗୁଁ ମଞ୍ଚ ଭାଙ୍ଗି ଯାଇଥିଲା, ରାକେଶ ସମେତ ଅନ୍ୟ ନେତା ମାନେ ତଳକୁ ଖସିପଡ଼ିଥିଲେ ।

Rakesh-Tikait-BKU-Leader

କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ବୁଧବାର ଦିନ ହରିୟାଣାର ଜିନ୍ଦ ଜିଲ୍ଲାରେ ଏକ ମହାପଞ୍ଚାୟତ ଅନୁଷ୍ଠିତ ହୋଇଥିଲା । ଭାରତ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଇଟ ମଧ୍ୟ ଏହି ମହାପଞ୍ଚାୟତରେ ଭାଗ ନେବାକୁ ଜିନ୍ଦରେ ପହଞ୍ଚିଥିଲେ । ରାକେଶ ଟିକାୟିତଙ୍କୁ ସ୍ୱାଗତ କରିବା ସମୟରେ ଅଧିକ ଲୋକ ପୋଡ଼ିୟମ ଉପରକୁ ଚଢିଯାଇଥିଲେ । ଫଳରେ ମଞ୍ଚଟି ଭାଙ୍ଗି ଯାଇଥିଲା । ମଞ୍ଚ ଭାଙ୍ଗିବାପରେ ପୁଣି ମହା ପଞ୍ଚାୟତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମଞ୍ଚ ଉପରେ ଭାଷଣ ଦେଇ ରାକେଶ ଟିକାଇଟ କହିଛନ୍ତି ଯେ, ପଞ୍ଚାୟତରେ ମଞ୍ଚ ଭାଙ୍ଗିଛି, ଏହା ଠିକ୍ ହୋଇଛି, ଭାଗ୍ୟଶାଳୀ ଲୋକମାନଙ୍କର ମଞ୍ଚ ଭାଙ୍ଗିଥାଏ... । ଏହି ଲୋକମାନେ ଭାଗ୍ୟବାନ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଖାପ ପଞ୍ଚାୟତ ଅନୁସରଣ କରିବାକୁ ଯାଉଛୁ । ଅଫିସ୍ ବଦଳିବ ନାହିଁ, କିମ୍ବା ମଞ୍ଚ ପରିବର୍ତ୍ତନ ହେବ ନାହିଁ । ଦିଲ୍ଲୀ ସୀମାରେ ସରକାର ଲଗାଇଥିବା ଲୁହା ସ୍ପାଇକ୍ ଏବଂ ସୁରକ୍ଷା କର୍ମୀକୁ ନେଇ କହିଛନ୍ତି, ଯଦି ରାଜା ଭୟ କରନ୍ତି, ତେବେ ସେ ଲୁହା ବାଡ଼ କରନ୍ତି । ଏହି ଲୁହା ବାଡ଼ ଦେଇ ସରକାର ଆମକୁ ଅଟକାଇବାର ସାହାସ ନାହିଁ । ଯୁଦ୍ଧରେ ଘୋଡା ପରିବର୍ତ୍ତନ ହୁଏ ନାହିଁ । ଆପଣମାନଙ୍କୁ ଦିଲ୍ଲୀ ଯିବାର ଆବଶ୍ୟକତା ନାହିଁ, ଆପଣମାନଙ୍କର ସମର୍ଥନ ଆମକୁ ଦିଅନ୍ତୁ ବୋଲି ସେଠାରେ ଏକତ୍ରିତ ହୋଇଥିବା ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ରାକେଶ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Stage Collapse in Jind during Mahapanchayat.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X