Get Updates
Get notified of breaking news, exclusive insights, and must-see stories!

ଆସନ୍ତା ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ହେଲେ ଶ୍ରଦ୍ଧାଳୁଙ୍କ ପାଇଁ....

ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ମଧ୍ୟ ସରିଲାଣି। ଏବେ ଜମ୍ମୁକାଶ୍ମୀର ନାଁ ଶୁଣିଲେ ଲୋକଙ୍କ ମନରେ ପ୍ରଥମ ଘଟଣା ଆସୁଛି ପହଲଗାମ ଆତଙ୍କୀ ଆକ୍ରମଣ। ଆଉ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏହା ହେଉଛି ପ୍ରଥମ ଅମରନାଥ ଯାତ୍ରା। ତେଣୁ ଅମରନାଥ ଯାତ୍ରାରେ ଯାଉଥିବା ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଡିଭିଜିନାଲ କମିଶନର ରମେଶ କୁମାର ଏବଂ ଆଇଜିପି ବିଏସ ତୁତି କହିଛନ୍ତି, ଅମରନାଥ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇଛି । ଏହାକୁ ନେଇ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସୀ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ଟ୍ରାଫିକ ପୋଲିସ ବିଶେଷ ଆଡଭାଇଜରି ଲାଗୁ କରିଛି । ଯାତ୍ରୀଙ୍କୁ ସୁରକ୍ଷା କାରକେଡ ସହିତ ଯାତ୍ରା କରିବାକୁ ହେବ । ସ୍ବତନ୍ତ୍ର ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ । ଲଖନପୁରରୁ ଜମ୍ମୁ ପର୍ଯ୍ୟନ୍ତ ଜାତୀୟ ରାଜପଥ ୪୪ ମାର୍ଗରେ ସୁରକ୍ଷା ରହିବ ।

amarnath yatra

ଅନେକ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଯାତ୍ରୀଙ୍କୁ ନିୟମ ପାଳନ କରି ଯାତ୍ରା କରିବାକୁ ହେବ । ଏକୁଟିଆ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ସୁରକ୍ଷା ଦ୍ଷ୍ଟିକୋଣରୁ ସମସ୍ତ ଆବଶ୍ୟକୀୟ ଉପାୟ କରାଯାଇଛି ।୩୦ ଜୁନରୁ ଭଗବତୀ ନଗର ବେସ କ୍ୟାମ୍ପରୁ ଅଫଲାଇନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ମେଡିକାଲ ସାର୍ଟିଫିକେଟ ସହିତ ଆରଏଫଆଇଡି କାର୍ଡ ତିଆରି କରିବା ପାଇଁ ୫ଟି କେନ୍ଦ୍ର ନିର୍ଦ୍ଧାରିତ କରାଯାଇଛି । ଯାତ୍ରୀଙ୍କ ସହିତ ୧୮୦ ସ୍ଥାନରେ ସୁରକ୍ଷା ଟିମ୍ ସହଯୋଗ କରିବ । ଚଳିତବର୍ଷ ରେଳମାର୍ଗରେ ଅମରନାଥ ଯାତ୍ରାକୁ ଅନୁମତି ମିଳିନାହିଁ । ସମସ୍ତ ଶ୍ରଦ୍ଧାଳୁଙ୍କୁ କେବଳ ନିର୍ଦ୍ଧାରିତ ସଡ଼କ ମାର୍ଗରେ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+