Get Updates
Get notified of breaking news, exclusive insights, and must-see stories!

ଅଗଷ୍ଟ ୧୩ରେ ହେବାକୁ ଥିବା SSC- CGL ପରୀକ୍ଷା ସ୍ଥଗିତ; ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପରୀକ୍ଷା

ଅଗଷ୍ଟ ୧୩ ତାରିଖରୁ ହେବାକୁ ଥିବା SSC - CGL ପରୀକ୍ଷାକୁ ସ୍ଥଗିତ ରଖିଛି SSC । ଏହି ପରୀକ୍ଷାକୁ ସେପ୍ଟେମ୍ବରକୁ ବୃଦ୍ଧି କରି ଦିଆଯାଇଛି । ଏହି ପରୀକ୍ଷା ସେପ୍ଟେମ୍ବରର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ।

ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପୁନଃପରୀକ୍ଷା କରାଯିବା ନେଇ ଉପସଚିବ କହିଛନ୍ତି । ଯାହା ୨୯ ଅଗଷ୍ଟକୁ ଧାର୍ଯ୍ୟ କରାଯାଇଛି । ପୁନଃପରୀକ୍ଷା ପାଇଁ ପ୍ରବେଶ ପତ୍ର ୨୬ ଅଗଷ୍ଟରୁ ଉପଲବ୍ଧ ହେବ ।

ସୂଚନାନୁଯାୟୀ, ସାରା ଦୋର ଛାତ୍ରଛାତ୍ରୀମାନେ SSC ପରୀକ୍ଷାରେ ତ୍ରୁଟି ଏବଂ ଟେକନିକ୍ ସମସ୍ୟାକୁ ନେଇ ପ୍ରତିବାଦ କରିଛନ୍ତି । ପରୀକ୍ଷା ସମୟରେ ସର୍ଭରର ସମସ୍ୟା, ସଠିକ୍ ସେଣ୍ଟର ନ ମିଳିବା, ହଠାତ୍ ପରୀକ୍ଷା ବାତିଲ ହେବା ଭଳି ଅନେକ ସମସ୍ୟା ସାମ୍ନାକୁ ଆସିଛି । SSC ପରୀକ୍ଷା ଦେବାକୁ ଥିବା ପ୍ରାର୍ଥୀ ଏହି ସବୁ ସମସ୍ୟା ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି । ଯାହା ଏବେ ଆନ୍ଦୋଳନର ରୂପ ନେଇଛି ।

SSC-CGL exam scheduled for August 13 postponed

୨୪ ଜୁଲାଇରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ଦେଶର ୧୯୪ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ୧୧.୫୦ ଲକ୍ଷ ଆବେଦନକାରୀଙ୍କ ମଧ୍ୟରୁ ୫.୫୦ ଲକ୍ଷରୁ ଉର୍ଦ୍ଧ୍ବ ପ୍ରାର୍ଥୀ ମାଟ୍ରିକର ଥିବାବେଳେ ଅନ୍ୟମାନେ ଉଚ୍ଚ ମାଧ୍ୟମିକ ଏବଂ ସ୍ନାତକ ସ୍ତରର ପ୍ରାର୍ଥୀ ରହିଥିଲେ । ପରୀକ୍ଷା ସମୟରେ ଟେକନିକ୍ ଏବଂ ପରିଚାଳନା ସମ୍ବନ୍ଧୀୟ କାରଣ ଯୋଗୁଁ କିଛି ପ୍ରାର୍ଥୀ ପରୀକ୍ଷା ଦେବାରେ ବାଧା ସୃଷ୍ଟି କରିଥିଲେ । ପରେ ସେମାନଙ୍କୁ ଚିହ୍ନଟ କରାଯିବା ସହିତ ପରୀକ୍ଷା ଦେବାର ସୁଯୋଗ ଦିଆଯାଇଥିଲା । ଏଭଳି ପ୍ରାର୍ଥୀଙ୍କ ଚିହ୍ନଟ ପାଇଁ ୩ଟି ସିପ୍ଟରେ ପରୀକ୍ଷା କରାଯାଇଥିଲା । ଅଗଷ୍ଟ ୨ ପରୀକ୍ଷାରେ ପ୍ରାୟ ୮ହଜାର ପ୍ରାର୍ଥୀ ସାମିଲ ହୋଇଥିଲେ । ଏହି ଆଧାରରେ ୫୫ ହଜାର ପ୍ରାର୍ଥୀଙ୍କୁ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ ୨୯ ଅଗଷ୍ଟ ଶୁକ୍ରବାର ପରୀକ୍ଷା ଦେବାକୁ ସୁଯୋଗ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି କମିଶନ । ଏହି ପରୀକ୍ଷା ପାଇଁ ସେହି ପ୍ରାର୍ଥୀମାନଙ୍କୁ ୩ଟି ସହର ମଧ୍ୟରୁ ପସନ୍ଦ କରିବାକୁ କହିଥିଲେ । ସେହି ପ୍ରାର୍ଥୀମାନେ ୨୬ ଅଗଷ୍ଟରେ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଏହା ବ୍ୟତୀତ ଉପସଚିବ କହିଛନ୍ତି ଯେ, ପରୀକ୍ଷା ସମ୍ବନ୍ଧୀୟ ପ୍ରସ୍ତୁତିର ମୂଲ୍ୟାଙ୍କନ ପୁଙ୍ଖାନୁପୁଙ୍ଖ ଭାବେ ନିର୍ଣ୍ଣୟ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି SSC-CGL କମ୍ବାଇନ୍ ସ୍ନାତକ ସ୍ତରୀୟ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଯାହାର ପରୀକ୍ଷା ସେପ୍ଟେମ୍ବରର ପ୍ରଥମ ସପ୍ତାହରୁ ଆରମ୍ଭ ହେବ । ଏହା ସହିତ CGLE ଏବଂ ପରେ ହେବାକୁ ଥିବା ସମସ୍ତ ପରୀକ୍ଷାର ସଂଶୋଧିତ ସମୟସୂଚୀ ଖୁବ୍ ଶୀଘ୍ର କମିଶନର ୱେବସାଇଟରେ ପୋଷ୍ଟ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+