ଆଜି ଦିନକ ପାଇଁ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ସୃଷ୍ଟି ଗୋସ୍ୱାମୀ
ରବିବାର ଦିନ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଜାତୀୟ ବାଳିକା ଦିବସରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ବନିଛନ୍ତି ସୃଷ୍ଟି ।
ଡେରାଡୁନ: ହିନ୍ଦି ଫିଲ୍ମ 'ନାୟକ'ର ଦିନିକିଆ ମୁଖ୍ୟମନ୍ତ୍ରୀଙ୍କ କାହାଣୀ ଆଜି ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି। ରବିବାର ଦିନ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ ଜାତୀୟ ବାଳିକା ଦିବସରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ବନିଛନ୍ତି ସୃଷ୍ଟି । ରାଜ୍ୟର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ନିଜେ ତାଙ୍କୁ ଦେହରାଡୁନର ବିଧାନ ଭବନରେ ବିଧାନସଭା ଅଧିବେଶନ ଡକାଇବା ତାଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟ, ଯଥା ଆୟୁଷ୍ମାନ ଯୋଜନା, ସ୍ମାର୍ଟ ସିଟି ପ୍ରୋଜେକ୍ଟ, ହୋମ୍ ଷ୍ଟେ ଇତ୍ୟାଦର ସମୀକ୍ଷା କରିବେ ସୃଷ୍ଟି ଗୋସ୍ବାମୀ । ସିଏମ ସୃଷ୍ଟିଙ୍କ ଏହି ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ୫ମିନିଟ୍ ଲେଖାଏଁ ସମୟ ଦିଆଯିବ । ସେ ନିଜେ ଶିଶୁ ବିଭାଗ ଉପରେ ଏକ ଉପସ୍ଥାପନା କରିବେ। ସେମାନେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପ୍ରେଜେଣ୍ଟେସନ ଦେବେ । କାର୍ଯ୍ୟକ୍ରମରେ ସମସ୍ତ ଅଫିସର ଉପସ୍ଥିତ ରହିବେ ।
ହରିଦ୍ବାର ଦୌଲତପୁରର ସୃଷ୍ଟି ଗୋସ୍ବାମୀ ବିଏସଏସ ପିଜି କଲେଜର ବିଏସସି ଏଗ୍ରିକଲଚରର ସପ୍ତମ ସେମିଷ୍ଟାରର ଛାତ୍ରୀ । ତାଙ୍କ ପିତା ପ୍ରବୀଣ ପୁରୀଙ୍କର ଗାଁରେ ଏକ ଛୋଟ ଦୋକାନ ଅଛି ଏବଂ ମାତା ସୁଧା ଜଣେ ଅଙ୍ଗନୱାଡି କର୍ମୀ । ୨୦୧୮ ମେ ମାସରେ ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । 2019 ରେ, ସେ ବାଳିକା ଆନ୍ତର୍ଜାତୀୟ ନେତୃତ୍ୱ କାର୍ଯ୍ୟକ୍ରମରେ ଥାଇଲ୍ୟାଣ୍ଡରେ ଭାରତର ନେତୃତ୍ୱ ନେଇଥିଲେ। ସେ ଦୁଇ ବର୍ଷ ଧରି 'ଷ୍ଟାର୍ଟ' ନାମକ ଏକ ସ୍କିମ୍ ଚଳାଉଥିଲେ। ଏଥିରେ ଅଞ୍ଚଳର ଗରିବ ପିଲାମାନେ ବିଶେଷ କରି ବାଳିକାମାନେ ଅଧ୍ୟୟନ ପାଇଁ ଉତ୍ସାହିତ ହେଉଛନ୍ତି। ମହିଳା ଦିବସରେ ସୃଷ୍ଟିକୁ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଚାହିଁଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ।












Click it and Unblock the Notifications