ବରଫ ଚାଦର ତଳେ ଭାରତର ଭୂସ୍ୱର୍ଗ ଜମ୍ମୁ-କାଶ୍ମୀର,ପ୍ରବଳ ତୁଷାରପାତ ପାଇଁ ବିମାନ ଚଳାଚଳ ବାତିଲ

ଶ୍ରୀନଗର: କାଶ୍ମୀରରେ ଭୀଷଣ ଥଣ୍ଡା ପଡିବା ସହିତ ଶ୍ରୀନଗରରେ ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଛି ଥଣ୍ଡା । ଡିସେମ୍ବର ମାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି । ଗତ ଶନିବାର ଠାରୁ ଉପତ୍ୟକାରେ 'ଚିଲ୍ଲଇ କଳା' ଆରମ୍ଭ ହୋଇଛି। ଅର୍ଥାତ୍ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୁତ ହେଉଛି । ତୁଷାରପାତ ପାଇଁ ଦୃଶ୍ୟମାନ କମିବାରୁ ସମସ୍ତ ବିମାନକୁ ବାତିଲ କରିଛି ଶ୍ରୀନଗର ବିମାନବନ୍ଦର। ପ୍ରବଳ ତୁଷାରପାତ ପାଇଁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥ ଏବଂ ମୋଗଲ ରୋଡ ବନ୍ଦ ହୋଇଯାଇଛି।

snow fall

ଏହି ରାସ୍ତା ବନ୍ଦ ହେବା ପରେ ସାରା ଦେଶ ସହିତ କଶ୍ମୀରର ସମ୍ପର୍କ ବିଚ୍ଛିନ୍ନ ହୋଇଛି। ତୁଷାରପାତ ହେତୁ ଦୃଶ୍ୟମାନ କମିବା ସହ ରନୱେ ଅପରେସନ ପ୍ରଭାବିତ ହେବାରୁ ଶନିବାର ପାଇଁ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିଛି ଶ୍ରୀନଗର ବିମାନବନ୍ଦର। ବିମାନ ସହିତ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ସୂଚନା ମୁତାବକ, ଶ୍ରୀନଗର ଏବଂ କାଶ୍ମୀରର ଅନ୍ୟ ଅଞ୍ଚଳରେ ଶୁକ୍ରବାର ଦିନ ବର୍ଷର ପ୍ରଥମ ତୁଷାରପାତ ‌ହୋଇଥିଲା। ତୁଷାରପାତ ପାଇଁ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ପ୍ରାୟ ୨୦୦୦ ଗାଡି ଅଟକି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+