ଶ୍ରୀଲଙ୍କା ସଙ୍କଟ: 40 ହଜାର ମେଟ୍ରିକ ଟନ ଡିଜେଲ ପଠାଇଲା ଭାରତ
ଶ୍ରୀଲଙ୍କା ଆର୍ଥିକ ସଙ୍କଟ ମଧ୍ୟରେ ସହାୟତା ଜାରି ରଖିଛି ଭାରତ । ଶନିବାର ଶ୍ରୀଲଙ୍କାକୁ 40 ହଜାର ମେଟ୍ରିକ ଟନ ଡିଜେଲ ପଠାଇଛି ଭାରତ । ଗତମାସରେ ଶ୍ରୀଲଙ୍କାର ଇନ୍ଧନ ଆମଦାନୀ ଲାଗି ଭାରତ 50 କୋଟି ଡଲାର ସାହାଯ୍ୟ କରିଥିବା ବେଳେ ବର୍ତ୍ତମାନ ଡିଜେଲ ଦେଇ ସାହାଯ୍ୟର ହା
କଲମ୍ବୋ: ଶ୍ରୀଲଙ୍କା ଆର୍ଥିକ ସଙ୍କଟ ମଧ୍ୟରେ ସହାୟତା ଜାରି ରଖିଛି ଭାରତ । ଶନିବାର ଶ୍ରୀଲଙ୍କାକୁ 40 ହଜାର ମେଟ୍ରିକ ଟନ ଡିଜେଲ ପଠାଇଛି ଭାରତ । ଗତମାସରେ ଶ୍ରୀଲଙ୍କାର ଇନ୍ଧନ ଆମଦାନୀ ଲାଗି ଭାରତ 50 କୋଟି ଡଲାର ସାହାଯ୍ୟ କରିଥିବା ବେଳେ ବର୍ତ୍ତମାନ ଡିଜେଲ ଦେଇ ସାହାଯ୍ୟର ହାତ ବଢାଇଛି । ଏନେଇ ଭାରତର ହାଇ କମିଶନ ପକ୍ଷରୁ ଶନିବାର ଟ୍ବିଟ ଯୋଗେ ସୂଚନା ଦିଆଯାଇଛି

ସେହିପରି ଶ୍ରୀଲଙ୍କାରେ ଟଙ୍କାର ମୂଲ୍ୟ ହ୍ରାସ ହୋଇଥିବା ବେଳେ ମୁଦ୍ରାସ୍ଫିତି ବଢି ଯାଇଥିଲା । ଫଳରେ ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିଲା । ଯାହାକୁ ନେଇ ଦେଶରେ ଜନ ଅସନ୍ତୋଷ ଉପୁଜିଥିବା ବେଳେ ଲୋକେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ବିରୋଧ କରିଥିଲେ । ଏହାପରେ ଦେଶରେ ମେ 6 ତାରିଖରେ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥିଲା । ଶନିବାର ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ହଟିଥିବା ବେଳେ ଭାରତରୁ ଡିଜେଲ ମଧ୍ୟ କଲମ୍ବୋ ପହଞ୍ଚିଛି ।












Click it and Unblock the Notifications