Get Updates
Get notified of breaking news, exclusive insights, and must-see stories!

ପ୍ରୟାଗରାଜର ଦୂଷିତ ଜଳ ବିବାଦ ଉପରେ ଏଭଳି କିଛି ମନ୍ତବ୍ୟ ଦେଲେ ରବି ଶଙ୍କର, କହିଲେ....

ମହାକୁମ୍ଭମେଳା ଗତ ବୁଧବାର ଶେଷ ହୋଇଛି। ଏଥରେ ୬୪ କୋଟି ଶ୍ରଦ୍ଧାଳୁ ସଂଗମ ସ୍ଥଳରେ ବୁଡ଼ ପକାଇଛନ୍ତି। ଯାହା ଗିନିଜ ବୁକ୍ ଅଫ୍‌ ରେକର୍ଡରେ ସ୍ଥାନ ପଇଛି। ପ୍ରୟାଗରାଜର ଦୂଷିତ ଜଳ ନେଇ ଅନେକ ବିବାଦ ହୋଇଥିଲା। ଜଳରେ ଫେକାଲ କୋଲିଫର୍ମ ବ୍ୟାକ୍ଟେରିଆ ଥିବା ଅଭିଯୋଗ ହୋଇଥିଲା। ବ୍ୟାକ୍ଟେରିଆ ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର। ଗଙ୍ଗା ଜଳରେ ବ୍ୟାକ୍ଟେରିଆ ବଢ଼େ ନାହିଁ ବୈଜ୍ଞାନିକ ପ୍ରମାଣ ରହିଛି ବୋଲି ରବିଶଙ୍କର କହିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ରବିଶଙ୍କର।

ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଆସ୍ଥା ନେଇ ସେ କହିଛନ୍ତି ଯେ ମୁଁ କେବଳ ୩ଟି ଜିନିଷ ଦେଖିଲି ଯାହା କୋଟି କୋଟି ଭକ୍ତଙ୍କୁ କୁମ୍ଭମେଳାକୁ ବାଟ କଢ଼ାଇ ନେଲା। ସେହି ୩ ଜିନିଷ ହେଲା ବିଶ୍ୱାସ ବିଶ୍ୱାସ ବିଶ୍ୱାସ୍। ଏହି ପର୍ବ ପ୍ରତି ଭାରତୀୟଙ୍କ ମାନସିକାତରେ ଗଭୀର ଭାବରେ ଜଡ଼ିତ ରହିଛି ବୋଲି ରବି ଶଙ୍କର କହିଛନ୍ତି। କୁମ୍ଭ ମେଳାରେ ବୁଡ଼ ପକାଇ ବ୍ୟକ୍ତି ତାର ଚେତାନାର ଉତ୍ଥାନ କରେ ବୋଲି ସେ କହିଛନ୍ତି।

Sri Sri Ravi Shankar

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରିପୋର୍ଟ ଦେଇଥିଲା ଯେ ଗଙ୍ଗା ନଦୀରେ ଫେକାଲ କୋଲିଫର୍ମ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ଯାହାକୁ ନେଇ ବିବାଦ ହୋଇଥିଲା। ଏହାକୁ ନେଇ ରବିଶଙ୍କର କହିଛନ୍ତି ଗଙ୍ଗା ନଦୀ ଜଳରେ ସ୍ୱତଃ ଶୁଦ୍ଧିକରଣର କ୍ଷମତା ରହିଛି। ବୈଜ୍ଞାନିକ ଗବେଷଣା ଦର୍ଶାଇ ରବି ଶଙ୍କର କହିଛନ୍ତି ଯେ ବୈଜ୍ଞାନିକମାନେ ଗବେଷଣା କରି ପାଇଛନ୍ତି ଯେ ଏହି ପାଣି ସବୁଠାରୁ ଉତ୍ତମ ଜଳସ୍ରୋତ। ଏଥିରେ ସ୍ୱତଃ ଶୁଦ୍ଧିକରଣର କ୍ଷମତା ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+