ଶ୍ରୀମନ୍ଦିର କରିଡ଼ର ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲକୁ ନେଇ ଚାଲିଛି ରାଜନୈତିକ ଯୁଦ୍ଧ । ଫଳରେ ଆଜି ସୁପ୍ରିମକୋର୍ଟରେ ଏନେଇ ରହିଛି ଶୁଣାଣି । ମେ' ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ହୋଇଥିଲା । ଏସମ୍ପର୍କିତ ମାମଲାର ଆଜି ସୁ
ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲକୁ ନେଇ ଚାଲିଛି ରାଜନୈତିକ ଯୁଦ୍ଧ । ଫଳରେ ଆଜି ସୁପ୍ରିମକୋର୍ଟରେ ଏନେଇ ରହିଛି ଶୁଣାଣି । ମେ' ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ହୋଇଥିଲା । ଏସମ୍ପର୍କିତ ମାମଲାର ଆଜି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ।

ଜଷ୍ଟିସ୍ ବି. ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ବ୍ୟବସାୟୀ ସୁମନ୍ତ ଘଡ଼େଇ ସୁପ୍ରିମକୋର୍ଟରେ ଏନେଇ ପିଟିସନ୍ ଦାଖଲ କରିଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ ରହିତାଦେଶ ଜାରି କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପିଟିସନରେ ଦର୍ଶାଇଛନ୍ତି ଆବେଦନକାରୀ ।
ପିଟିସନରେ ଉଲ୍ଲେଖ ରହିଛି, ପରିକ୍ରମା ପ୍ରକଳ୍ପ ନାଁରେ ଚାଲିଥିବା ନିର୍ମାଣ ଓ ଖନନ ଯୋଗୁଁ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି । ଖନନ ଯୋଗୁଁ ବର୍ତ୍ତମାନ ଶ୍ରୀମନ୍ଦିରରେ କେତେକ ସ୍ଥାନରେ ଫାଟ ମଧ୍ୟ ସୃଷ୍ଟି ହୋଇଛି । ନିର୍ମାଣ ଉପରେ ରୋକ ଲଗାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୁମନ୍ତ । ହାଇକୋର୍ଟ ନିର୍ମାଣ କାମ ଉପରେ ରହିତାଦେଶ ଦେଇ ନଥିଲେ । ଏହାପରେ ମାମଲା ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଆସିଥିଲା । ତେବେ ଶୁଣାଣି ଅନୁସାରେ କରିଡ଼ର କାର୍ଯ୍ୟ ହେବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ।












Click it and Unblock the Notifications