ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କଲା କ୍ରୀଡ଼ା ମନ୍ତ୍ରଣାଳୟ
ଦିଲ୍ଲୀ:ନିକଟରେ ଭାରତୀୟ ରେସଲିଂ ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ନିକଟ ସହଯୋଗୀ କୁହାଯାଉଥିବା ସଞ୍ଜୟ ସିଂ ଜିତିଥିଲେ । ଏବଂ ରେସଲର ଅନୀତା ଶୋରାନ୍ ପରାସ୍ତ ହୋଇଥିଲେ । ଏହି ନିର୍ବାଚନର ଫଳ ଆସିବା ପରେ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ କୁସ୍ତିରୁ ଅବସର ନେଇଥିଲେ । ସେ କହିଥିଲେ ଯେ ବ୍ରିଜ ଭୂଷଣଙ୍କ ପରି ଆଉ ଜଣେ ବର୍ତ୍ତମାନ ରେସଲିଂ ଆସୋସିଏସନର ସଭାପତି ହୋଇଛନ୍ତି । ଏହା ବ୍ୟତୀତ ସଞ୍ଜୟ ସିଂଙ୍କ ନିର୍ବାଚିତ ପରେ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ପଦ୍ମଶ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ରଖି ଏକ ଚିଠି ମଧ୍ୟ ଲେଖିଥିଲେ ।
କୁସ୍ତିଯୋଦ୍ଧାଙ୍କ ଦାବିକୁ ଦୃଷ୍ଟିରେ ରଖି ସରକାର ବର୍ତ୍ତମାନ ସଞ୍ଜୟ ସିଂହଙ୍କ ନେତୃତ୍ୱରେ ନବ ନିର୍ବାଚିତ ଭାରତୀୟ କୁସ୍ତି ସଂଘ(WFI)କୁ ନିଲମ୍ବନ କରିଛି କ୍ରୀଡ଼ା ମନ୍ତ୍ରଣାଳୟ ।ଭାରତୀୟ କୁସ୍ତି ସଂଘର ବିଦ୍ୟମାନ ନିୟମାବଳୀକୁ ଆଡ କରି ରବିବାର ଦିନ ମନ୍ତ୍ରଣାଳୟ ଏହାର ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁଯାୟୀ ବ ନିର୍ବାଚିତ ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ମାନ୍ୟତା ରଦ୍ଦ କରାଯାଇଥିଲା ବେଳେ ତାଙ୍କର ସମସ୍ତ ନିଷ୍ପତ୍ତି ଉପରେ ରୋକ ଲାଗିଛି ମନ୍ତ୍ରାଳୟ ।

ଏହା ସହ କ୍ରୀଡା ମନ୍ତ୍ରଣାଳୟ ତରଫରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସବା ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇଛି କ୍ରୀଡା ମନ୍ତ୍ରଣାଳୟ । ଡବ୍ଲୁଏଫ୍ଆଇ ସମ୍ବନ୍ଧରେ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଏମିତି ଲାଗୁଛି ପୁରୁଣା ପଦାଧିକାରୀ ।ନେ ସମସ୍ତ ନିଷ୍ପତ୍ତି ନେଉଛନ୍ତି ।
କ୍ରୀଡା ମନ୍ତ୍ରଣାଳୟ ଏହାର ନିର୍ଦ୍ଦେଶରେ କହିଛି ଯେ ଡବ୍ଲୁଏଫ୍ଆଇର ନୂତନ ନିର୍ବାଚିତ କାର୍ଯ୍ୟନିର୍ବାହୀ ସଂସ୍ଥା ଗ୍ରହଣ କରିଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ନିୟମ ବିରୁଦ୍ଧ ଅଟେ, ଏବଂ ଡ଼ବ୍ଲୁଏଫଆଈ ଏବଂ ଜାତୀୟ କ୍ରୀଡ଼ା ବିକାଶ ସଂହିତା ର ଉଲ୍ଲଂଘନ ।
ଏହି ନିଷ୍ପତ୍ତିଗୁଡିକ ନୂତନ ଅଧ୍ୟକ୍ଷଙ୍କ ମନମାନିକୁ ଦର୍ଶାଉଛି , ଯାହା ନୀତି ବିରୁଦ୍ଧ ଏବଂ ସ୍ୱଚ୍ଛତାର ଅଭାବ ରହିଛି । ନିରପେକ୍ଷ ଖେଳ, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ନିୟମ ମାନିବା ଗୁରୁତ୍ୱପୂର୍ଣ୍ଣ । ଆଥଲେଟ୍, ହିତାଧିକାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା ଜରୁରୀ ଅଟେ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ତାହାର ନିର୍ଦ୍ଦେଶରେ କହିଛି ।












Click it and Unblock the Notifications