Get Updates
Get notified of breaking news, exclusive insights, and must-see stories!

ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷଣା ପରେ କ୍ରୀଡାମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ....

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହେବା ପୂର୍ବରୁ ମଧ୍ୟ ବିବାଦ ଘେରରେ ରହିଥିଲା । ଖେଳ ଆରମ୍ଭ ହେବା ପରେ ବିବାଦ ବନ୍ଦ ହେବାର ନା ଧରୁନି। ବର୍ତ୍ତମାନ ଭାରତୀୟ ଶିବିର ପାଇଁ ଏକ ଖରାପ ଖବର ହେଉଛି ଯେ କୁସ୍ତିରେ ମହିଳା ୫୦ କିଲୋଗ୍ରାମ ବର୍ଗର ଅନ୍ତିମ ମ୍ୟାଚରୁ ଭିନେଶ ଫୋଗାଟ ବାହାରି ଯାଇଛନ୍ତି । ୫୦ କେଜି ବର୍ଗ କୁସ୍ତିରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ ବିନେଶ ଫୋଗାଟ ।

କିନ୍ତୁ କୁସ୍ତିଯୋଦ୍ଧା ବିନେଶ ଫୋଗାଟଙ୍କୁ ଲାଗିଛି ବଡ଼ ଝଟକା । ଧାର୍ଯ୍ୟ ସୀମାଠାରୁ ସେ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ଯାହାଫଳରେ ବିନା ମେଡାଲରେ ସ୍ୱଦେଶ ଫେରିବେ ବିନେଶ । ବର୍ତ୍ତମାନ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା ହେବା ପରେ କେନ୍ଦ୍ର କ୍ରିଡ଼ା ମନ୍ତ୍ରୀ ଦେଇଛନ୍ତି ବଡ଼ ପ୍ରତିକ୍ରିୟା ।

ସଂସଦରେ କ୍ରୀଡ଼ାମନ୍ତ୍ରୀ ମନସୁଖ୍ ମାଣ୍ଡବ୍ୟ ଏକ ବିବୃତ୍ତି ଦେଇଛନ୍ତି। ସେ ଲୋକ ସଭାରେ ସମ୍ବୋଧିତ କରି କହିଛନ୍ତିି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)କୁ ପ୍ୟାରିସ ଅଲିମ୍ପିକ ପ୍ରତିଯୋଗିତାରୁ ରେସଲର ଭିନେଶ ବାଦ୍ ଦେବା ନେଇ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ କହିଛନ୍ତି, 'ଆଇଓଏ ମୁଖ୍ୟ ପି.ଟି. ଉଷା ପ୍ୟାରିସରେ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସହ କଥା ହୋଇଛନ୍ତି। ମହିଳା ୫୦ କିଲୋଗ୍ରାମ ରେସଲିଂ ଫାଇନାଲ ପୂର୍ବରୁ ଓଜନ ବଢ଼ିଯାଇଥିବାରୁ ବୁଧବାର ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ।

Mansukh Mandaviya

ଅଲିମ୍ପିକ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇ ଭିନେଶ ଇତିହାସ ସୃଷ୍ଟି କରିଥିଲେ। ବୁଧବାର ସକାଳ ପର୍ଯ୍ୟନ୍ତ ଅନ୍ତତଃପକ୍ଷେ ଏକ ରୌପ୍ୟପଦକ ତାଙ୍କ ପାଇଁ ନିଶ୍ଚିତ ମନେ ହେଉଥିଲା, କିନ୍ତୁ ବର୍ତ୍ତମାନ ସେ କୌଣସି ପଦକ ବିନା ଫେରିବେ। ସେ କହିଛନ୍ତି, ସରକାର ଭିନେଶଙ୍କୁ ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର କ୍ରୀଡ଼ା ସୁବିଧା ଏବଂ ତାଲିମ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭିନେଶଙ୍କୁ ୭୦ ଲକ୍ଷ ୪୫ ହଜାର ୭୭୫ ଟଙ୍କା ସହାୟତା ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+