Wrestlers Protest:ଏପରି ପଦକ୍ଷପ ନେବା ଉଚିତ୍ ନୁହେଁ, କୁସ୍ତିଯୋଦ୍ଧାଙ୍କୁ ଏପରି କହିଲେ କେନ୍ଦ୍ର କ୍ରିଡ଼ା ମନ୍ତ୍ରୀ
ନୂଆଦିଲ୍ଲୀ:ମହିଳା ରେସଲରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହେଉଥିବା ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହ ବିରୋଧ କରାଯାଉଛି । ଏହି ପ୍ରସଙ୍ଗରେ ଏବେ ନିଜ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି, ଦିଲ୍ଲୀ ପୋଲିସର ଯାଞ୍ଚ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ । ଏପରି ପଦକ୍ଷେପ ନେବା ଉଚିତ ନୁହେଁ, ଯେଉଁ କାରଣରୁ କୌଣସି ଖେଳାଳିଙ୍କର ବି କ୍ଷତି ହେଉ ।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, କୁସ୍ତିଯୋଦ୍ଧାମାନେ ଦିଲ୍ଲୀ ପୋଲିସର ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ଏବଂ କୌଣସି ଅପ୍ରିତିକର ପଦକ୍ଷପ ନେବା ଉଚିତ୍ ନୁହେଁ । ଆମେ ସମସ୍ତେ କ୍ରୀଡା ଏବଂ ଖେଳାଳିଙ୍କ ସପକ୍ଷରେ ଅଛୁ। କୁସ୍ତିଯୋଦ୍ଧାଙ୍କ ଚାହିଦା ଅନୁଯାୟୀ ଏକ କମିଟି ମଧ୍ୟ ଗଠନ କରାଯାଇଛି ଯାହାକି ଫେଡେରେଶନର କାର୍ଯ୍ୟ ଉପରେ ନଜର ରଖିଛି ।

ସୂଚନାଥାଉ ଯେ, ଚାରିମାସ ପୂର୍ବେ କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣି ଜନ୍ତର ମନ୍ତରରେ ବିରୋଧ ଆରମ୍ଭ କରିଥିଲେ । ଚାପରେ କ୍ରୀଡ଼ା ମନ୍ତ୍ରଣାଳୟ ଏକ ଅନୁସନ୍ଧାନ କମିଟି ଗଠନ କଲା । କିନ୍ତୁ ତିନିମାସ ପରେ ମଧ୍ୟ ଅନୁସନ୍ଧାନର ରିପୋର୍ଟ ସାର୍ବଜନୀନ କରାଯାଇ ନାହିଁ ।
ସେହିପରି ମେ ୨୮ ରେ, ନୂତନ ସଂସଦ ଗୃହ ଆଡକୁ ଯାଉଥିବା ଖେଳାଳିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । କାରଣ ସେହିଦିନ ପ୍ରଧାନମନ୍ତ୍ରୀ ମୋଦି ନୂତନ ସଂସଦର ଉଦଘାଟନ କରିଥିଲେ । ଏହା ପରେ ଖେଳାଳିମାନେ କହିଥିଲେ ଯେ, ସେମାନେ ସେମାନଙ୍କର ସମସ୍ତ ପଦକ ଗଙ୍ଗାରେ ଭଷାଇ ଦେବେ ।












Click it and Unblock the Notifications