ପୁଣି ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି
ପୁଣି ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି । ମଝି ଆକାଶରେ ଯାତ୍ରୀ ହନ୍ତସନ୍ତ । ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ସ୍ପାଇସ୍ଜେଟ୍ ଫ୍ଲାଇଟ୍ SG 385 ଶ୍ରୀନଗର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ଏହି ଫ୍ଲାଇଟ୍ରେ ୨୦୫ ଜଣ ଯାତ୍ରୀ ରହିତିଲେ, ଯେଉଁଥିରେ ୪ ଜଣ ଶିଶୁ ଏବଂ ୭ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ ।
ଖବର ମୁତାବକ, ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ସ୍ପାଇସ୍ଜେଟ୍ ଫ୍ଲାଇଟ୍ SG 385 ଶ୍ରୀନଗରରେ ଅବତରଣ ସମୟରେ ବିମାନଟି ହଠାତ୍ ତୀବ୍ର ଗତିରେ ତଳକୁ ଖସିବାରେ ଲାଗିଥିଲା । ଯାହା କେବିନ୍ ଆଲ୍ଟିଚ୍ୟୁଡ୍ ଚେତାବନୀ (Cabin Altitude Warning) ସିଷ୍ଟମକୁ ସକ୍ରିୟ କରିଥିଲା । କ୍ରୁ ସଦସ୍ୟମାନେ ମାନକ ପ୍ରୋଟୋକଲ୍ ଅନୁସାରେ ସମସ୍ତ ଆବଶ୍ୟକୀୟ ପରୀକ୍ଷା ନୀରିକ୍ଷା କରିଥିଲେ କରିବା ପରେ କ୍ୟାପଟେନ୍ ସତର୍କତା ମୂଳକ ପଦକ୍ଷେପ ଭାବେ ଜରୁରୀ ଅବତରଣ ପାଇଁ ଅନୁରୋଧ କରିଥିଲେ । ବିମାନଟି ଶ୍ରୀନଗର ବିମାନବନ୍ଦରରେ ସନ୍ଧ୍ୟା ୩ଟା ୨୭ ମିନିଟରେ ନିରାପଦରେ ଅବତରଣ କରିଥିଲା, ଏବଂ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ।

ଅଧିକାରୀମାନେ ଜଣାଇଛନ୍ତି ଯେ, କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କୁ ଚିକିତ୍ସା ସହାୟତାର ଆବଶ୍ୟକତା ପଡ଼ି ନଥିଲା । ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଏଭିଏସନ୍ (DGCA) କୁ ମଧ୍ୟ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି, ଏବଂ ବିମାନକୁ ଯାଞ୍ଚ ପାଇଁ ରଖିଦିଆଯାଇଛି । ତେବେ ଘଟଣାରେ କୌଣସି ଯାତ୍ରୀଙ୍କୁ କିଛି ବି କ୍ଷତି ହୋଇନାହିଁ । ସମସ୍ତେ ସୁରକ୍ଷିତ ରହିଛନ୍ତି ।
ତେବେ ଗତ କିଛିଦିନ ହେଲାଣି ବିମାନରେ ଅନେକ ଯାନ୍ତ୍ରିକ ତ୍ରୁଟି ଏବଂ ସମସ୍ୟା ଦେଖାଦେଉଛି । ପ୍ରତିଦିନ କିଛି ନା କିଛି ବିମାନରେ ଏଭଳି ତ୍ରୁଟି ଯୋଗୁଁ ଯାତ୍ରୀ ସମସ୍ୟାରେ ପଡୁଛନ୍ତି ।












Click it and Unblock the Notifications