କାଉଡ଼ିଆଙ୍କ ପାଇଁ ଚଳିବ ସ୍ଵତନ୍ତ୍ର ଟ୍ରେନ୍ , ରେଲୁୱେ ବିଭାଗର ବଡ ନିଷ୍ପତ୍ତି
କାଉଁଡ଼ିଆ ମାନଙ୍କ ପାଇଁ ଖୁସି ଖବର। ରେଲଓ୍ୱେ ପକ୍ଷରୁ କାଉଁଡ଼ିଆମାନଙ୍କ ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏମିତିରେ ଆଜିଠାରୁ ଆରମ୍ଭ ହେଉଛି ଶ୍ରାବଣ ମାସ। ଆଉ ଶ୍ରାବଣ ମାସର ପ୍ରଥମ ସୋମବାର ପଡୁଛି ୧୪ ତାରିଖ। ତେଣୁ ଆଜି କାଉଁଡ଼ିଆଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ରେଲଓ୍ୱେ।

ଭାରତୀୟ ରେଳବାଇ କାଉଁଡ଼ିଆ ଯାତ୍ରା ପାଇଁ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି। ଯାହାଦ୍ୱାରା ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ କୌଣସି ଅସୁବିଧା ହେବ ନାହିଁ।
କେଉଁଠାରୁ କେଉଁଠାକୁ ଗଡ଼ିବ ଟ୍ରେନ୍: ସୂଚନା ଅନୁଯାୟୀ, ୧୧ ଜୁଲାଇରୁ ଦିଲ୍ଲୀରୁ ଶାମଲିକୁ ଚାଲୁଥିବା ଟ୍ରେନ୍ ନମ୍ୱର ୭୪୦୨୩ ପାସେଞ୍ଜର ଟ୍ରେନ୍ ହରିଦ୍ୱାର ପର୍ଯ୍ୟନ୍ତ ବଢ଼ାଯାଇଛି।
ଏହି ଟ୍ରେନ୍ ଏବେ ଜୁଲାଇ ୧୧ ତାରିକରୁ ଜୁଲାଇ ୨୪ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରୁ ହରିଦ୍ୱାର ପର୍ଯ୍ୟନ୍ତ ଚାଲିବ। ଏହି ଟ୍ରେନ୍ ଦିଲ୍ଲୀ ଜଙ୍କସନରୁ ରାତି ୮ଟାରେ ଛାଡ଼ିବ।
ରାତି ୧୦.୫୦ରେ ଶାମଲିରେ ପହଞ୍ଚିବ। ତାପରେ ମଧ୍ୟାହ୍ନ ୧.୫୫ରେ ହରିଦ୍ୱାରରେ ପହଞ୍ଚିବ। ସେହିପରି ଫେରିବା ପାଇଁ ୭୪୦୨୨ ଟ୍ରେନ୍ ନମ୍ୱରରେ ସକାଳ ୩.୦୫ରେ ଦିଲ୍ଲା ଅଭିମୁଖେ ଛାଡ଼ିବ। ଏହାପରେ ଏହି ଟ୍ରେନ୍ ସକାଳ ୬.୨୫ ରେ ଶାମଲି ଏବଂ ସକାଳ ୯.୨୫ ରେ ଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିବ।












Click it and Unblock the Notifications