୧୯ ତାରିଖ ଗଣେଶ ପୂଜାରୁ ନୂଆ ସଂସଦ ଭବନରେ ଅଧିବେଶନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ସେପ୍ଟେମ୍ବର ୧୮ରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ତେବେ ଗଣେଶ ଚତୁର୍ଥୀରେ ସଂସଦର ନୂତନ ଗୃହ ଉଦଘାଟନ ହେବା ସହ ଏହି ନୂଆ ଗୃହରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ପାଇଁ ଯାଉଛି ।

ସୂଚନାଥାଉ ଯେ, ୧୮ ତାରିଖର ବୈଠକ ପୁରୁଣା ସଂସଦ ଗୃହରେ ଅନୁଷ୍ଠିତ ହେବ ହେଲେ ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ଟି କାର୍ଯ୍ୟ ଦିବସ ନୂଆ ସଂସଦରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି ।
ANI ସୂଚନା ଅନୁସାର, ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରେ ପୁରୁଣା ଭବନରେ ଆରମ୍ଭ ଏବଂ ଏହା ପରେ ୧୯ରୁ ନୂଆ ଭବନରେ ଅଧିବେଶନ ଚାଲିବ । ଏହି ସ୍ୱତନ୍ତ୍ର ଅଧିବେଶନ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ତେବେ ଏହାର ଏଜେଣ୍ଡା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଯାହାକୁ ନେଇ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଏଜେଣ୍ତା ସାର୍ବଜନୀନ କରିବା ପାଇଁ ସେ ଦାବି କରିଛନ୍ତି । ।
ଅନ୍ୟପକ୍ଷରେ ଚର୍ଚ୍ଚା ଜୋର ଧରିଛି ଯେ, ସ୍ୱତନ୍ତ୍ର ଅଧିବେଶନରେ ସରକାର 'One-Nation, One-Election' ନେଇ ବିଲ୍ ଉପସ୍ଥାପନ କରିପାରନ୍ତି । ଏହା ବ୍ୟତିତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ପାରିତ ହୋଇପାରେ । ଅନ୍ୟପଟେ ଆଜି ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ 'One-Nation, One-Election'କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ପାଇଁ ଯାଉଛି ।












Click it and Unblock the Notifications