Get Updates
Get notified of breaking news, exclusive insights, and must-see stories!

ସଫେଇ କର୍ମଚାରୀଙ୍କଠୁ ଆରମ୍ଭ କରି ଚା'ଦେଉଥିବା ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

Parliament Special Session: ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନ ଠାରୁ ଆରମ୍ଭ କରି 75 ବର୍ଷର ସଫଳତା ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା କରିଥିଲେ। ମୋଦି ନିଜ ବିବୃତିରେ ଅନେକ ବିଷୟରେ ଆଲୋଚନା କରିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରିବାଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଚା ଦେଉଥିବା ବ୍ୟକ୍ତି, କ୍ଲିନର୍ସ, ମାଳି ଏବଂ କର୍ମଚାରୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ,ସଂସଦାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଆମକୁ କାଗଜ ପତ୍ର ଯୋଗାଇ ଦେବା ପାଇଁ ତତପରତା ଦେଖାଇଥାନ୍ତି ଗୃହ ମଧ୍ୟରେ ଯେପରି କୌଣସି ଭୁଲ ନହେଉ ସେଥିପାଇଁ ସଜାଗ ରହିଥାନ୍ତି । ଏଭଳି ପରିସ୍ଥିତିରେ ଗୃହର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ତାଙ୍କର ବହୁତ ଅବଦାନ ରହିଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ମୁଁ ତାଙ୍କୁ ଏବଂ ତାଙ୍କ ପୂର୍ବ ପିଢିକୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଉଛି ।

pm modi

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏଠି କିଏ ଆମକୁ ଚା 'ଦେଇଛନ୍ତି, କିଏ ଆମକୁ ପାଣି ଦେଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଗୃହରେ ଆମକୁ କେହି ଭୋକିରେ ରହିବା ପାଇଁ ଦେଇ ନାହାଁନ୍ତି । ସେହିପରି ଏହି ଗୃହକୁ ସଫା ରଖିବାରେ ଅନେକ ଲୋକଙ୍କର ଯୋଗଦାନ ରହିଛି । ମୋ ତରଫରୁ ଏବଂ ଗୃହ ତରଫରୁ ମୁଁ ସେମାନଙ୍କୁ ଧମ୍ୟବାଦ ଜଣାଉଛି ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଗୃହରେ ତାଙ୍କ ଭାଷଣରେ ଅନେକ କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ସହିଦ ଯବାନମାନଙ୍କୁ ନମସ୍କାର କରୁଛି। ଆମକୁ ବଞ୍ଚାଇବା ପାଇଁ ସେ ତାଙ୍କ ବଳିଦାନ ଦେଇଛନ୍ତି । ମୁଁ ମଧ୍ୟ ସେହି ସାମ୍ବାଦିକ ବନ୍ଧୁମାନଙ୍କୁ ମନେ ଆଜି ମନେ ପକାଇବାକୁ ଚାହିୁଛି ଯେଉଁ ମାନେ ଦୀର୍ଘ ଦିନ ହେବ ସଂଦରେ ରିପୋର୍ଟିଂ କରିଆସୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+