ଭୋ ଭୋ… ହୋଇ କାନ୍ଦିଲେ ସାଂସଦ,ଜାଣନ୍ତୁ କାରଣ....

ଅଯୋଧ୍ୟା: ୨୨ ବର୍ଷୀୟା ଦଳିତ ମହିଳାଙ୍କ ହତ୍ୟା ଘଟଣା ପାଇଁ କାନ୍ଦିଲେ ଅଯୋଧ୍ୟା ସାଂସଦ। କେନାଲ କିନଟରୁ ଦଳିତ ମହିଳାଙ୍କ ଉଲଗ୍ନ ମୃତଦେହ ମିଳିବା ଘଟଣାକୁ ନେଇ ଭାବୁକ ହୋଇପଡ଼ିଲେ ସାଂସଦ ଅୱଧେଶ ପ୍ରସାଦ । ଏମିତିକି ପଦ ଛାଡି ଦେବେ ବୋଲି କହିଲେ ସପା ସାଂସଦ । ମୃତ ଦଳିତ ମହିଳାଙ୍କ ପରିବାର ଲୋକଙ୍କ ଅନୁସାରେ, ମହିଳାଙ୍କୁ ହତ୍ୟା କରାଯାଇଛି । ମୃତଦେହରେ ଆଖି ତାଡ଼ି ନିଆଯାଇଥିବାବେଳେ ଶରୀରରେ କ୍ଷତ ଚିହ୍ନ ଥିବା ସେମାନେ କହିଛନ୍ତି ।

SP MP Awadhesh Prasad

ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ନମିଳିଲେ ପଦବୀ ଚାଡିବି । ଲୋକସଭାରୁ ଇସ୍ତଫା ଦେବି ବୋଲି ଧମକ ଦେଇଛନ୍ତି ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦ । ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ସାଂସଦ ଅୱଧେଶ ପ୍ରସାଦ । ଝିଅଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଥିବା କହି କାନ୍ଦିଥିଲେ ସାଂସଦ ଅୱଧେଶ ପ୍ରସାଦ ।

ଦିନକ ପରେ ମଲ୍ଲିକାପୁରେ ନିର୍ବାଚନ- ଅଯୋଧ୍ୟା ଜନପଥ ମଲ୍ଲିକାପୁର ବିଧାନସଭା ଆସନରେ ଦିନକ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ ହେବ । ଏହି ନିର୍ବାଚନରେ ସାଂସଦ ଅୱଧେଶ ପ୍ରସାଦଙ୍କ ପୁଅ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ଏପରି ସମୟରେ ତାଙ୍କର କାନ୍ଦିବା ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ ଏକାଧିକ ପ୍ରଶ୍ନ ଉଠିଛି ।

କିଛି ଦିନ ତଳେ ଉତ୍ତରପ୍ରଦେଶ ଅଯୋଧ୍ୟର ଶାନାୱାନ୍ ଗ୍ରାମସଭାର ସର୍ଦ୍ଦାରପଟେଲ ୱାର୍ଡରେ ଜଣେ ଦଳିତ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ଦୁର୍ବୃତ୍ତ ଯୁବତୀଙ୍କ ହାତ ଗୋଡ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଘଟଣା ୟୁପିରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+