ସମାଜବାଦି ପାର୍ଟିକୁ ଲାଗିଲା ବଡ଼ ଝଟକା, ଆଜମ ଖାନ୍ଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ
ନୂଆଦିଲ୍ଲୀ : ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ଏଥିପାଇଁ ପ୍ରାଣମୂର୍ଚ୍ଛା ପ୍ରଚାର ଚଳାଇଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳ । ଦଶେରେ ରାଜନୈତିକ ମାହୋଲ ଉଷ୍ମ ଥିବା ବେଳେ ସମାଜବାଦି ପାର୍ଟିର ଭେଟେରାନ ନେତା ଆଜମ ଖାଙ୍କୁ ଏକ ମାମଲାରେ ଦଣ୍ଡିତ କରାଯାଇଛି । ଏହା ବ୍ୟତୀତ ତାଙ୍କ ଉପରେ ଜରିମାନା ମଧ୍ୟ ଲଗାଯାଇଛି ।
ଏମ୍ପି-ଏମ୍ଏଲ୍ଏ କୋର୍ଟ ଗୁରୁବାର ଡଙ୍ଗରପୁର ମାମଲାରେ ଆଜମ୍ଙ୍କୁ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ କୋର୍ଟ ୧୪ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ସୁଚନାନୁସାର ୨୦୧୯ରେ ଡୁଙ୍ଗରପୁର ବସ୍ତିକୁ ବଳପୂର୍ବକ ଉଚ୍ଛେଦ ଓ ସେଠାକାର ବାସିନ୍ଦାମାନଙ୍କୁ ଧମକ ଦେବା ଅଭିଯୋଗରେ ଆଜମ ଖାଁଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା । ୨୦୧୬ ଡିସେମ୍ବର ୬ ତାରିଖରେ ଅବରାର ଡୁଙ୍ଗରପୁର ବସ୍ତିରେ ରହୁଥିବା ଅବରାର ନାମକ ବ୍ୟକ୍ତି ସପା ନେତା ଆଜମ ଖାଁ,

ଅବସରପ୍ରାପ୍ତ ପୁଲିସ ସର୍କଲ ଅଫିସର ଆଲି ହାସନ ଏବଂ ଠିକାଦାର ବରକତ ଅଲ୍ଲୀଙ୍କ ବିରୋଧରେ ଘରେ ପଶି ଲୁଟ୍ ଓ ଆକ୍ରମଣ କରିଥିବା ନେଇ ଗଞ୍ଜ ଥାନାରେ ଏତଲା ଦେଇଥିଲେ । ଏହା ସହ ତାଙ୍କ ଘରଟିକୁ ଜୋରଜବରଦସ୍ତ ଖାଲି କରି ଭାଙ୍ଗି ଦିଆଯାଇଥିବା ସେ ଅଭିଯୋଗ କରିଥିଲେ । ଏହି ମାମଲାର ଶୁଣାଣି ରାମପୁରର ଏମ୍ପି-ଏମ୍ଏଲ୍ଏ ଅଧିବେଶନରେ ଚାଲିଥିଲା ।












Click it and Unblock the Notifications