କେରଳ ଛୁଇଁଲା ମୌସୁମୀ, ସ୍ୱାଭାବିକଠାରୁ ହେବ ଅଧିକ ବର୍ଷା
Monsoon In India: ଦକ୍ଷିଣ-ପଶ୍ଚିମ ମୌସୁମୀ ଗୁରୁବାର ଅର୍ଥାତ ୩୦ ତାରିଖ ଦିନ କେରଳ ଛୁଇଁଛି । ବର୍ତ୍ତମାନ ଉତ୍ତର-ପୂର୍ବ ଭାରତର ଅଧିକାଂଶ ଭାଗରେ ମୌସୁମୀ ଅଗ୍ରଗତି ଆରମ୍ଭ କରିଛି। ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ୍ ଯୋଗୁଁ ଉତ୍ତର-ପୂର୍ବ ଭାରତରେ ବର୍ଷା ଜାରି ରହିଛି , ଯାହା ମୌସୁମୀର ଆଗମନରେ ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଏଥର କେରଳରେ ସ୍ୱାଭାବିକଠାରୁ ୬ ପ୍ରତିଶତ ଅଧିକ ବୃଷ୍ଟିପାତ ହେବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ, ଏଥର ସମୟ ପୂର୍ବରୁ କେରଳ ଛୁଇଁଛି, ଯେଉଁଥି ପାଇଁ ଏଥର କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ରେମାଲ କାରଣରୁ ଶନିବାର ଠାରୁ ପଶ୍ଚିମବଙ୍ଗ, ଓଡ଼ିଶା ସମେତ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି । ସେହିପରି ଜୁନ୍ ୧୨ ତାରିଖରେ ଓଡ଼ିଶା ଛୁଇଁପାରେ ମୌସୁମୀ । ଏଥର ଦେଶରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications