Nobel prize 2024 :ସାହିତ୍ୟରେ ନୋବେଲ ପୁରସ୍କାର ପାଇବେ ହାନ୍ କାଙ୍ଗ

ନୂଆଦିଲ୍ଲୀ: ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଦକ୍ଷିଣ କୋରିଆର ଲେଖିକା ହାନ କାଙ୍ଗଙ୍କୁ ଏଥର ସାହିତ୍ୟ ପାଇଁ ୨୦୨୪ ନୋବେଲ ପୁରସ୍କାର ପାଇବେ । ଏହି ପୁରସ୍କାର ସ୍ୱିଡିଶ ଏକାଡେମୀ ଦ୍ୱାରା ପ୍ରଦାନ କରାଯାଇଛି, ସମକାଳୀନ ସାହିତ୍ୟରେ କାଙ୍ଗଙ୍କ ପ୍ରଭାବଶାଳୀ ଅବଦାନ ଉପରେ ଆଲୋକପାତ କରି ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି।

ହାନ କାଙ୍ଗଙ୍କ ବାବଦରେ କହିବାକୁ ଗଲେ ୧୯୭୦ ମସିହାରେ ଦକ୍ଷିଣ କୋରିଆର ଗୁଆଙ୍ଗଜୁ ସହରରେ ଜନ୍ମଗ୍ରହଣ କରିଥିଲେ, ନଅ ବର୍ଷ ବୟସରେ ସେ ତାଙ୍କ ପରିବାର ସହିତ ସିଓଲ ଚାଲିଯାଇଥିଲେ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଔପନାସିକ ଥିବାବେଳେ ସେ ଲେଖା ବ୍ୟତୀତ, ନିଜକୁ କଳା ଏବଂ ସଙ୍ଗୀତ ପ୍ରତି ମଧ୍ୟ ଉତ୍ସର୍ଗ କରିଛନ୍ତି ।

Han Kang

ହାନ୍ କାଙ୍ଗ ତାଙ୍କ ସାହିତ୍ୟରେ ସମାଜର ଅଦୃଶ୍ୟ ନିୟମର ସମ୍ମୁଖୀନ ହୋଇଛନ୍ତି ଏବଂ ତାଙ୍କ ପ୍ରତ୍ୟେକ କାର୍ଯ୍ୟରେ ମାନବ ଜୀବନର ଦୁର୍ବଳତାକୁ ଉନ୍ମୋଚନ କରିଛନ୍ତି। ଶରୀର ଓ ଆତ୍ମା, ଜୀବିତ ଓ ମୃତଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ତାଙ୍କର ଏକ ଅନନ୍ୟ ସଚେତନତା ରହିଛି ଏବଂ ତାଙ୍କ କାବ୍ୟ ଓ ପରୀକ୍ଷାମୂଳକ ଶୈଳୀରେ ସେ ସମସାମୟିକ ଗଦ୍ୟରେ ଜଣେ ଉଦ୍ଭାବକ ପାଲଟିଛନ୍ତି।

୧୯୯୪ରେ ସେ ରେଡ୍ ଆଙ୍କର ନାଁରେ ପ୍ରଥମ ଉପନ୍ୟାସ ଲେଖିଥିଲେ। ସେହିପରି ୧୯୯୫ରେ 'ୟେଓସୁ' ନାମକ ପ୍ରଥମ ଲଘୁ କାହାଣୀ ଲେଖିଥିଲେ। ତାଙ୍କ ଦ୍ୱାରା ଲିଖିତ ଏକ ଲଘୁ କାହାଣୀ ସଂକଳନ ବ୍ୟତୀତ ଫ୍ରୁଟ୍ସ ଅଫ୍ ମାଇ ୱିମେନ୍‌(୨୦୦୦), ଫାୟାରା ସାଲାମାଣ୍ଡର(୨୦୧୨), ବ୍ଲାକ ଡିଅର(୧୯୯୮),ୟୋର କୋଲ୍ଡ ହ୍ୟାଣ୍ଡ୍ସ(୨୦୦୨),ଦ ଭେଜିଟେରିଆନ(୨୦୦୭), ବ୍ରିଥ ଫାଇଟିଙ୍ଗ(୨୦୧୦), ଗ୍ରୀକ ଲେସନ୍ସ(୨୦୧୧),

ହ୍ୟୁମାନ ଆକ୍ଟସ୍‌(୨୦୧୪), ଦ ହ୍ୱାଇଟ ବୁକ(୨୦୧୬), ଆଇ ଡୁ ନଟ ବିଡ୍ ଫେରୱେଲ(୨୦୨୧) ଆଦି ଉପନ୍ୟାସ ସେ ଲେଖିଛନ୍ତି। ସେହିପରି ଗୋଟିଏ କବିତା ସଂକଳନ, ଆଇ ପୁଟ ଦ ଇଭନିଂ ଇନ୍ ଦ ଡ୍ରୟର(୨୦୧୩)ରେ ପ୍ରକାଶିତ ହୋଇ ଖୁବ୍ ଲୋକପ୍ରିୟତା ସାଉଁଟିଥିଲା। ନୋବେଲ୍ ପ୍ରାଇଜର ନିୟମ ଅନୁସାରେ, ଅକ୍ଟୋବର ୭ରୁ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମେଡିସିନ, ଫିଜିକ୍ସ ଏବଂ କେମିଷ୍ଟ୍ରୀ ପାଇଁ ବିଜେତାଙ୍କ ନାମ ଘୋଷଣା ସରିଛି। ଆଜି ସାହିତ୍ୟ ପାଇଁ ହାନ୍ କାଙ୍ଗଙ୍କୁ ବିବେଚିତ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+