Ratan Tata Death: ବଲିଉଡରେ ଶୋକର ଛାୟା, ଟ୍ୱିଟ୍ କରି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ କଳାକାର
Ratan Tata Death: ଟାଟା ସନ୍ସ ଚେୟାରମ୍ୟାନ୍ ତଥା ଭାରତୀୟ ବ୍ୟବସାୟୀ ରତନ ଟାଟା ଦୁନିଆରୁ ବିଦାୟ ନେଇଛନ୍ତି । ଗତ ରାତିରେ ରତନ ଟାଟାଙ୍କର 86 ବର୍ଷ ବୟସରେ ଦେହାନ୍ତ ହୋଇଛନ୍ତି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଟାଟାଙ୍କ ଦେହାନ୍ତ ଖବର ହେତୁ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି। ଏଥି ସହିତ ସାଉଥରୁ ବଲିଉଡ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ମଧ୍ୟ ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
Deeply saddened by the passing of Mr. Ratan Tata.
— Salman Khan (@BeingSalmanKhan) October 9, 2024
ବଲିଉଡର ଭାଇଜାନ ସଲମାନ ଖାନ ମଧ୍ୟ ରତନ ଟାଟାଙ୍କ ଦେହାନ୍ତ ଖବର ଶୁଣି ଚକିତ ହୋଇଯାଇଛନ୍ତି । ସୁପରଷ୍ଟାର ତାଙ୍କ X ଆକାଉଣ୍ଟରେ ପୋଷ୍ଟ କରି ରତନ ଟାଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି ।

ସେହିପରି ରିତେଶ ଦେଶମୁଖ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅଭିନେତା ମଧ୍ୟ ଏକ ପୋଷ୍ଟ ସେୟାର କରି ନିଜ ଦୁଃଖ ପ୍ରକାଶ କରିଛନ୍ତି । ଅକ୍ଷୟ କୁମାର ମଧ୍ୟ ରତନ ଟାଟାଙ୍କ ଦେହାନ୍ତ ଖବରରେ ଶୁଣି ଚକିତ ଅଛନ୍ତି ମଧ୍ୟ ସେ ଶୋକ ପ୍ରକାଶ କରିଛନ୍ତି । ଭିନେତା ଲେଖିଛନ୍ତି, "କେବଳ ଜଣେ ସାମ୍ରାଜ୍ୟଠାରୁ ଅଧିକ ନିର୍ମାଣ କରିଥିବା ବ୍ୟକ୍ତିଙ୍କୁ ବିଶ୍ୱ ବିଦାୟ ଦେଉଛି। ଶ୍ରୀ ରତନ ଟାଟାଙ୍କ ପରଲୋକ ବିଷୟରେ ଶୁଣିବା ପରେ ହୃଦୟ ଭାଙ୍ଗିଯାଇଛି... ।
ସଞ୍ଜୟ ଦତ୍ତ X ରେ ପୋଷ୍ଟ କରି ରତନ ଟାଟାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, "ଭାରତ ଆଜି ଜଣେ ପ୍ରକୃତ ଦୂରଦୃଷ୍ଟି ହରାଇଛି। ସେ ଅଖଣ୍ଡତା ଏବଂ କରୁଣାର ଏକ ଉଦାହରଣ ଥିଲେ ଯାହାର ଅବଦାନ ବ୍ୟବସାୟ ବାହାରେ ଯାଇ ଅସଂଖ୍ୟ ଜୀବନକୁ ପ୍ରଭାବିତ କରିଥିଲା। " ଶ୍ରଦ୍ଧା କପୁର, ରଣଦୀପ ହୁଡା, ଉର୍ବଶୀ ରାଉତେଲାଙ୍କ ସମେତ ଅନେକ ତାରକା ମଧ୍ୟ ପୋଷ୍ଟ ସେୟାର କରି ରତ୍ନ ଟାଟାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।
A titan of industry, a heart of gold! Ratan Tata Ji's selfless philanthropy and visionary leadership have transformed countless lives. India owes him a debt of gratitude. May he rest in peace.
— Jr NTR (@tarak9999) October 10, 2024
The world bids farewell to a man who built more than just an empire. Heartbroken to hear about the passing of Shri Ratan Tata. His legacy of kindness, innovation, and leadership will continue to inspire generations. Rest in peace, a true legend. Om Shanti 🙏🏻
— Akshay Kumar (@akshaykumar) October 10, 2024












Click it and Unblock the Notifications