ଇଣ୍ତିଆ ମେଣ୍ଟ: ମନାକଲେ ନୀତିଶ କୁମାର, ମଲ୍ଲିକାର୍ଜୁନ ଖଡଗେ ହେବେ ଅଧ୍ୟକ୍ଷ
INDAI alliance: ଲୋକସଭା ନିର୍ବାଚନ 2024କୁ ନଜରରେ ରଖି, ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ସଂଯୋଜକଙ୍କ ନାମ ଘୋଷଣା କରାଯାଇଛି । ସୂଚନାନୁସାରେ, 28ରୁ ଅଧିକ ଦଳକୁ ନେଇ ଗଠିତ ଏହି ମେଣ୍ଟର ସଂଯୋଜକ ଭାବେ ଖଡଗେଙ୍କ ନାମ ଘୋଷଣା କରାଯାଇଛି । ତେବେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବୈଠକରେ ନୀତିଶ କୁମାରଙ୍କୁ ସଂଯୋଜକ କରିବାକୁ ପ୍ରସ୍ତାବ ଆସିଥିଲେ ମଧ୍ୟ ଏହା ଆଗ୍ରାହ୍ୟ କରିଦେଇଛନ୍ତି ନୀତିଶ କୁମାର ।
ଦୀର୍ଘଦିନ ପରେ ଆଜି ଇଣ୍ତିଆ ମେଣ୍ଚର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ବିରୋଧୀ ଦଳ 2024 ଲୋକସଭା ନିର୍ବାଚନ ପାଇଁ ସିଟ୍ ବଣ୍ଟନ ଯୋଜନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। । ଏହାସହ ଆସନ୍ତାକାଲି ଠାରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହେବାକୁ ଯାଉଛି, ଭାରତ ଯୋଡ ନ୍ୟାୟଯାତ୍ରାରେ ମେଣ୍ଟଦଳମାନେ ସହଯୋଗ କରିବାକୁ କଂଗ୍ରେସ ତରଫରୁ ଅନୁରୋଧ କରାଯାଇଛି ।

ଆଜି ଅନୁଷ୍ଠିତ ହୋଇଥିବା ଏହି ଭର୍ଚୁଆଲ ବୈଠକରେ ମମତା ବାନାର୍ଜୀ ଏବଂ ଉଦ୍ଧବ ଠାକରେ ଯୋଗ ଦେଇ ନଥିବା ବେଳେ ନୀତିଶ କୁମାର, ଲାଲୁ ଯାଦବ, ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧି, ଷ୍ଟାଲିନଙ୍କ ସମେତ ଅନେତ ବଡ଼ ନେତା ମାନେ ଯୋଗ ଦେଇଥିଲେ ।












Click it and Unblock the Notifications