ପଶ୍ଚିମବଙ୍ଗରେ ସ୍ଟିଲ୍ ପ୍ଲାଣ୍ଟ ଖୋଲିବେ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି
Sourav Ganguly Steel Factory: ଭାରତୀୟ କ୍ରିକେଟ୍ ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗର ସାଲବୋନୀ, ପଶ୍ଚିମ ମେଦିନୀପୁରରେ ଏକ ଇସ୍ପାତ କାରଖାନା ଆରମ୍ଭ କରିବାକୁ ଯାଉଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ 12 ଦିନିଆ ସ୍ପେନ ଏବଂ ଦୁବାଇ ଗସ୍ତରେ ଯାଇଥିବା ପ୍ରତିନିଧୀମଣ୍ତଳିର ଜଣେ ସଦସ୍ୟ ଅଟନ୍ତି । ସୌରଭ ଗାଙ୍ଗୁଲି କହିଛନ୍ତି ଯେ, କାରଖାନାର କାର୍ଯ୍ୟ ପାଞ୍ଚରୁ ଛଅ ମାସ ମଧ୍ୟରେ ଶେଷ ହେବ ।
ସୌରଭ ଗାଙ୍ଗୁଲି କହିଛନ୍ତି, ମୁଁ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଚାହିଁବି । କାରଣ ଆମେ ପଶ୍ଚିମବଙ୍ଗରେ ତୃତୀୟ ଇସ୍ପାତ କାରଖାନା ନିର୍ମାଣ କରିବା ପାଇଁ ଯାଉଛୁ । ସମସ୍ତ ଜାଣନ୍ତି ଯେ ମୁଁ କେବଳ କ୍ରିକେଟ୍ ଖେଳିଛି କିନ୍ତୁ ଆମେ 2007ରେ ଏକ ଛୋଟ ଇସ୍ପାତ କାରଖାନା ଆରମ୍ଭ କରିଥିଲୁ ଏବଂ ପାଞ୍ଚରୁ ଛଅ ମାସ ମଧ୍ୟରେ ଆମେ ମେଦିନୀପୁରରେ ଆମର ନୂତନ ଇସ୍ପାତ କାରଖାନା ନିର୍ମାଣ ଆରମ୍ଭ କରିବୁ ।

ଗାଙ୍ଗୁଲି ଶୁକ୍ରବାର ଦିନ ମାଡ୍ରିଡରେ ଅନୁଷ୍ଠିତ ଇଣ୍ଡଷ୍ଟ୍ରିଆଲ୍ କନଫରେନ୍ସ ମଞ୍ଚରୁ ତାଙ୍କ ଯୋଜନା ବିଷୟରେ ଘୋଷଣା କରିଥିଲେ । ପୂର୍ବତନ କ୍ରିକେଟର ଏହା ମଧ୍ୟ କହିଛନ୍ତି ଯେ, ସିଏମ ମମତା ବାନାର୍ଜୀ କାରଖାନା ନିର୍ମାଣରେ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି ।
ତେବେ ଦୁର୍ଗାପୁର ଏବଂ ପାଟନା ପରେ ସେ କାହିଁକି ତୃତୀୟ କାରଖାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ ସେ ବିଷୟରେ ମଧ୍ୟ ସ୍ପଷ୍ଟି କରଣ ରଖିଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, "ଏହି ସମୟରେ ପଶ୍ଚିମବଙ୍ଗର ରାଜନୈତିକ ସ୍ଥିତି ବର୍ତ୍ତମାନ ସ୍ଥିର ରହିଛି । କେବଳ ଏତିକି ନୁହେଁ, ବଙ୍ଗଳାର ଶାସନ ବ୍ୟବସ୍ଥାରେ ସରକାର ଶିଳ୍ପକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ଜମି ବ୍ୟବହାର ନୀତି ଏବଂ ଜମି ମାନଚିତ୍ର ମଧ୍ୟ ରହିଛି ।
ରାଜ୍ୟ ସରକାରଙ୍କୁ ପ୍ରଶଂସା କରି ଗାଙ୍ଗୁଲି କହିଛନ୍ତି ଯେ, ଏହି ସରକାର କେବଳ ପ୍ରତିଶ୍ରୁତି ଦେଇନାହାଁନ୍ତି ବରଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶୀଘ୍ର ପଦକ୍ଷେପ ମଧ୍ୟ ନେଉଛନ୍ତି। ସେ ବିଦେଶୀ ନିବେଶକମାନଙ୍କୁ ବେଙ୍ଗଲରେ ବିନିଯୋଗ କରିବାକୁ ଅନୁରୋଧ କରିଥିଲେ।












Click it and Unblock the Notifications