କୋଲକାତା ବଳାତ୍କାର-ହତ୍ୟା ମାମଲାରେ ଏଭଳି ପ୍ରତିକ୍ରିୟା ଦେଲେ ସୌରଭ ଗାଙ୍ଗୁଲି

ପଶ୍ଚିମବଙ୍ଗର ଆର.ଜି. କର ମେଡିକାଲ କଲେଜରେ ଶିକ୍ଷାନବିସ(ଟ୍ରେନି) ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ତୁମ୍ବିତୋଫାନ ସୃଷ୍ଟି କରିଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଘଟଣାର ତଦନ୍ତ କରୁଛି ଓ ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି।

ଏସବୁ ଭିତରେ ଟିମ ଇଣ୍ତିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଘଟଣାକୁ ନେଇ ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଚହଳ ପଡିଛି। ସେ ଘଟଣାକୁ ନିନ୍ଦା କରିବା ସହ ଦଣ୍ଡ ଯେମିତି ମିଳିବା ଉଚିତ ବୋଲି କହିଛନ୍ତି। ଘଟଣା ଉପରେ ସେ ପୂର୍ବରୁ ଦେଇଥିବା ବୟାନ ଉପରେ ମଧ୍ୟ ସ୍ପଷ୍ଟୀକରଣ ରଖିଛନ୍ତି। ଅନେକ ସୋସିଶାଲ ମିଡିଆ ବ୍ୟବହାରକାରୀ କହିଥିଲେ ଯେ ଗାଙ୍ଗୁଲି କୋଲକାତା ହରରକୁ 'ଗୋଟିଏ ଘଟଣା' କହି ହାଲୁକା କରିବାକୁ ଚେଷ୍ଟା କରିଛନ୍ତି। ତେବେ ଗାଙ୍ଗୁଲି କହିଛନ୍ତି ଯେ ବୟାନକୁ ଅଲଗା ପ୍ରସଙ୍ଗରେ ଉପସ୍ଥାପନ କରାଯାଇଛି।

Sourav Ganguly

ସୌରଭ ଗାଙ୍ଗୁଲି କହିଛନ୍ତି ମୁଁ ଏକଥା ଗତ ରବିବାର କହିଥିଲି। ମୁଁ ଜାଣିନି ଏହାକୁ କେମିତି ତିଆରି କରାଗଲା କିମ୍ବା ଉପସ୍ଥାପନ କରାଗଲା। ମୁଁ ପୂର୍ବରୁ ମଧ୍ୟ କହି ସାରିଛି ଯେ ଏହି ଘଟଣା(କୋଲକାତା ଦୁଷ୍କର୍ମ ଓ ହତ୍ୟା) ଅତ୍ୟନ୍ତ ଭୟଙ୍କର। ଏବେ ସିବିଆଇ ଓ ପୁଲିସ୍‌ ଘଟଣାର ତଦନ୍ତ କରୁଛନ୍ତି। ଯାହା ବି ଘଟିଛି, ତାହା ଅତ୍ୟନ୍ତ ଲଜ୍ଜାଜନକ। ଘଟଣାର ତଦନ୍ତ କରୁଥିବା ସିବିଆଇ ଦୋଷୀକୁ ପାଇବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+