କୋଲକାତା ବଳାତ୍କାର ଘଟଣାରେ ପିଡୀତାଙ୍କ ପରିବାରକୁ ମମତା କହିଲେ ସରି, ଜାଣନ୍ତୁ କାହିଁକି ଏଭଳି କହିଲେ

କୋଲକାତା ଲଜ୍ଜା ଘଟଣାରେ ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ବିଭିନ୍ନ ସ୍ଥାନରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଥିବା ବେଳେ ଘଟୁଛି ହିଂସାକାଣ୍ଡ । ଏପଟେ ବହୁ ବିଜେପି କର୍ମୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ସେପଟେ ମମତା ସରକାର କହିଛନ୍ତି ଯେ କୌଣସି ବନ୍ଦ ନାହିଁ ଏବଂ ଯେଉଁ କର୍ମଚାରୀମାନେ ଅଫିସରେ ପହଞ୍ଚିନଥିବେ, ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଉ ଏସବୁ ମମତା ବାନାର୍ଜିଙ୍କୁ ନେଇ ଆସିଛି ଆଉ ଏକ ବଡ଼ ଖବର , ମମତା ବାନାର୍ଜୀ ବୁଧବାର କୋଲକାତା ସ୍ଥିତ ଆରଜି ମେଡିକାଲ କଲେଜରେ ହୋଇଥିବା ମହିଳା ଡାକ୍ତରଙ୍କୁ ଭୟାନକ ବଳାତ୍କାର ପରେ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସରେ ମମତା ପୀଡିତା ପରିବାରଙ୍କୁ 'ସରି' ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି।

mamata banarjee

ତୃଣମୂଳ ଛାତ୍ର ପରିଷଦର ସ୍ଥାପନ ଦିବସକୁ ସେ ପୀଡିତାଙ୍କ ପରିବାରକୁ ସମର୍ପିତ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ସ୍ଥାପନା ଦିବସକୁ ମୁଁ ମୋର ଭଉଣୀକୁ ସମର୍ପିତ କରୁଛି। ଯିଏ କିଛିଦିନ ପୂର୍ବରୁ ଆରଜି ହସ୍ପିଟାଲ ମାମଲାରେ ଦୁଃଖଦ ମୃତ୍ୟୁ ବରଣ କରିଛନ୍ତି। ଏଥିସହ ମୋର ଭଉଣୀଙ୍କ ପରିବାରଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ତାଙ୍କୁ ଯେଉଁ କ୍ରୁରତାର ସହ ହତ୍ୟା କରାଯାଇଛି ସେଥିପାଇଁ ଅତିଶୀଘ୍ର ନ୍ୟାୟ ମିଳୁ ବୋଲି ଦାବି କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+