ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସୋରେନ !
ରାଞ୍ଚି: ବିହାର ପରେ ଏବେ ଝାଡଖଣ୍ଡରେ ରାଜନୀତିରେ ଉତ୍ତେଜନା ଜାରି ରହିଛି । ଚର୍ଚ୍ଚା ହେଛି ଯେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ଏବଂ ତାଙ୍କ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ହେମନ୍ତ ସୋରେନ କିଛି ସମୟ ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି ଯେଉଁଠାରେ ସେ ଏକ ବଡ଼ ଘୋଷଣା କରିପାରିବେ । ସନ୍ଧ୍ୟା 7 ଟାରେ ପୁଣି ଥରେ ବିଧାୟକ ଦଳ ବୈଠକ ଡକାଯାଇଛି ।

ନିଖୋଜ ଥିବା ଖବର ପ୍ରସାରଣ ହେବା ପରେ ଉଭା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ସୋରେନ । ଦିଲ୍ଲୀରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ରାଞ୍ଚିରେ ପ୍ରକଟ ହୋଇଛନ୍ତି । ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ଦେଖା ଦେଇଛନ୍ତି ହେମନ୍ତ ସୋରେନ୍। ରବିବାର ଠାରୁ ଗାଏବ ଥିବା ସୋରେନ୍ ଆଜି ଆସି ରାଞ୍ଚିରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିବା ପରେ ଶାସକ ଦଳର ସମସ୍ତ ବିଧାୟକଙ୍କ ସହ ସେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ବୈଠକ କରିଛନ୍ତି ।
ବୈଠକରେ ଜେଏମଏମ, କଂଗ୍ରେସ ଏବଂ ସିପିଆଇ (ଏମଏଲ) ର ବିଧାୟକମାନେ ଅଂଶଗ୍ରହଣ କରିଛନ୍ତି। ଇଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଗିରଫ କରିବା ଆଶଙ୍କା କରି ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିବା ଲାଗି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ୱାଧୀନ ଶାସକ ମେଣ୍ଟର ସମସ୍ତ ବିଧାୟକମାନଙ୍କୁ ରାଞ୍ଚିରେ ଉପସ୍ଥିତ ରହିବା ଲାଗି କୁହାଯାଇଥିଲା। ବ୍ୟାଗ ସହିତ ପ୍ରସ୍ତୁତ ରହିବାକୁ ଶାସକ ଦଳକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସେପଟେ ଜମି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଆସନ୍ତାକାଲି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିବ। ଏପରିକି ହେମନ୍ତ ସୋରେନ୍ଙ୍କୁ ଇଡି ଗିରଫ କରିପାରେ ବୋଲି କୁହାଯାଉଛି । ତେବେ ଗିରଫଦାରୀରୁ ବର୍ତ୍ତିବା ପାଇଁ ସେ ଆଇନଗତ ରାସ୍ତା ଖୋଜୁଥିବା ଜଣାପଡିଛି। ଏଥିପାଇଁ ବାରମ୍ବାର ସମନ ପରେ ବି ସେ ପଚରାଉଚରା ପାଇଁ ହାଜର ହେଉନାହାନ୍ତି । ଏପରିକି ରବିବାର ଠାରୁ ଇଡିକୁ ଭୂଆଁ ବୁଲାଉଛନ୍ତି । ଇଡି ଦିଲ୍ଲୀ ସ୍ଥିତ ଶାନ୍ତି ନିକେତରେ ପଶି ପ୍ରାୟ ନଗଦ ୩୬ ଲକ୍ଷ ଟଙ୍କା ଓ ୨ଟି ବିଏମ୍ଡବ୍ଲୁ କାର୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଛି ।












Click it and Unblock the Notifications